Latest Odisha News

BREAKING NEWS

ଶାହାରୁଖ ଖାନଙ୍କ ପୁଅ ଆର୍ୟନଙ୍କ କଷ୍ଟୋଡ଼ି ବଢ଼ାଇବା ପରେ ଶଶି ଥରୁରଙ୍କ ସହାନୁଭୂତି

କଂଗ୍ରେସ ନେତା ଶଶି ଥରୁର କ୍ରୁଜ୍ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ ଗିରଫ କରିବା ପରେ ଶାହାରୁଖ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସେ ଏକ ଟ୍ୱିଟର ମାଧ୍ୟମରେ ପ୍ରକାଶ କରିଛନ୍ତି ଯେ, ମୁଁ ଡ୍ରଗ୍ସ ସେବନ କରେନି କିମ୍ବା କୌଣସି ପ୍ରଶଂସକ ନୁହେଁ ଏବଂ କେବେବି ଚେଷ୍ଟା କରିନାହିଁ। ମାତ୍ର ମୁଁ ଏହି କଥାରେ ଦୁଃଖିତ ଅଛି କି, ଏହି ମାମଲାକୁ ଏପରି ଚର୍ଚ୍ଚା କରାଯାଉଛି ଏବଂ ଆର୍ୟନଙ୍କ ଏହି ବ୍ୟଥା ଉପରେ ମଜାକ୍ କରାଯାଉଛି। ମୋର ଲୋକଙ୍କୁ ଏହା କହିବାର ଥିଲା ଯେ କିଛି ମାତ୍ରାରେ ସହାନୁଭୂତି ରଖନ୍ତୁ। ଲୋକମାନେ ପ୍ରଥମରୁ ହିଁ କଥା ଶୁଣାଇବା ଆରମ୍ଭ କରିସାରିଲେଣି। ୨୩ବର୍ଷର ପିଲାକୁ କଳଙ୍କିତ ନକରାଯାଉ।

ମୁମ୍ବାଇ ଉପକୂଳରୁ ଏକ କ୍ରୁଜ୍ ଜାହାଜରେ ଅଭିଯୁକ୍ତ ଡ୍ରଗ୍ସ ପାର୍ଟି ସମ୍ପର୍କରେ ୧୧ଜଣଙ୍କ ମଧ୍ୟରେ ଆର୍ୟନ୍ ଅଛନ୍ତି। ସେ ଅନ୍ୟ ୭ଜଣଙ୍କ ସହ ଅକ୍ଟୋବର ୪ପର୍ଯ୍ୟନ୍ତ ଏନସିବି ହେପାଜତରେ ରିମାଣ୍ଡରେ ଅଛନ୍ତି। ଆର୍ୟନଙ୍କ କଷ୍ଟୋଡ଼ି ବଢ଼ାଇବା ପରେ ସଲମାନ ଖାନଙ୍କ ଭଉଣୀ ଅଲଭିରା ଏବଂ ସୀମା ଖାନ ଅଭିନେତାକୁ ସମର୍ଥନ ଜଣାଇବା ପାଇଁ ଏସଆରକେ ମନ୍ନତ ପରିଦର୍ଶନ କରିଥିଲେ। ସଲମାନଙ୍କୁ ରବିବାର ଦେଖିବାକୁ ମିଳିଥିଲା। ମହେପ କପୂର, ସବିନା ଖାନ୍, ନିଲମ କୋଠାରୀଙ୍କ ମଧ୍ୟ ତାଙ୍କ ବଙ୍ଗଳାରେ ଦେଖିବାକୁ ମିଳିଥିଲା। ଫିଲ୍ମମେକର କରଣ ଜୋହର ଓ ମନୀଷ ମଲହୋତ୍ରା ନିଜ କାମ ଛାଡ଼ି ସୋମବାର ପହଞ୍ଚିଛନ୍ତି।

Leave A Reply

Your email address will not be published.