Latest Odisha News

ଚାଲିଛି ଫେଷ୍ଟିଭ୍ ସିଜିନ୍ ସେଲ୍‌, ଅର୍ଡର୍ କଲେ ମିଳୁଛି ଇଟା ଓ ନଟ୍ ବୋଲ୍ଟ

ଭୁବନେଶ୍ୱର: ବର୍ତ୍ତମାନ ଏକାଧିକ ଅନ୍‌ଲାଇନ୍ ଇ-କମର୍ସ ସାଇଟ୍ ଫେଷ୍ଟିଭ୍ ସିଜିନ୍ ସେଲ୍ ଆରମ୍ଭ କରିଛନ୍ତି । ଲୋକେ ବି ମନଲୋଭା ଦେଖି ଅଫର ଦେଖି ଆକର୍ଷିତ ହୋଇ ସପିଂ କରିବାରେ ଲାଗିପଡିଛନ୍ତି । ହେଲେ ଲୋଭନୀୟ ଅଫର କିଛି ଲୋକଙ୍କ ମନ ଖଟା କରିଦେଇଛି ।

ନିକଟରେ କିଛି ସୋସିଆଲ୍ ମିଡିଆ ୟୁଜର୍ସ ଅନଲାଇନ୍ ସପିଂର ପରିଣାମକୁ ସେୟାର କରିଛନ୍ତି । ରାହୁଲ ସିଂ ନାମକ ଜଣେ ଯୁବକ ୨୦ହଜାର ଏମ୍‌ଏଚ୍‌ର ଏକ ପାୱାର ବ୍ୟାଙ୍କ୍ ଅର୍ଡର୍ କରିଥିଲେ । ହେଲେ ତାଙ୍କୁ ପାୱାର ବ୍ୟାଙ୍କ ବଦଳରେ ଭଙ୍ଗା ଇଟା ଡେଲିଭରି ମିଳିଥିଲା ।

ସେହିଭଳି ଅନ୍ୟ ଜଣେ ଯୁବକ ରିୟଲ୍ ମି ଇୟର ବଡ୍ସ ଅନ୍‌ଲାଇନ୍‌ରେ ଅର୍ଡର୍ କରିଥିଲେ । ହେଲେ ସମ୍ପୁର୍ଣ୍ଣ ଟଙ୍କା ଦେବା ପରେ ବି ତାଙ୍କୁ ଏକ ଡେଟଲ୍ ସାବୁନ୍ ମିଳିଛି । ତେବେ ଅନଲାଇନ୍ ଠକାମୀର ଧାରା ଏତିକିରେ ଥମିନି । ଅରବିନ୍ଦ ମେୱାଡା ନାମକ ଜଣେ ଯୁବକ ଏକ ଲାଇଟର୍ ଅର୍ଡର୍ କରିଥିଲାବେଳେ ତାଙ୍କୁ ଏକ ନଟ୍ ବୋଲ୍ଟ ମିଳିଛି ।

ଅନଲାଇନ୍ ଠକାମୀର ଏପରି ଉଦାହରଣ ନୂଆ କି ପ୍ରଥମ ନୁହେଁ । ଭାରତରେ ସକ୍ରିୟ ଥିବା ବହୁ ବଡବଡ ଇ-କମର୍ସ ସାଇଟ୍ ଦ୍ୱାରା ଲୋକେ ଠକାମୀର ଶିକାର ହେଉଥିଲେ ହେଁ ଆକର୍ଷଣୀୟ ଅଫର ପ୍ରତି ଲୋଭ ସମ୍ଭରଣ କରିପାରୁନାହାଁନ୍ତି । ଅନ୍ୟପଟେ ଇ-କମର୍ସ କମ୍ପାନୀଗୁଡିକ ଏପରି ଠକାମୀକୁ ନେଇ ନିଜ ଭେଣ୍ଡର୍‌ମାନଙ୍କୁ ଦାୟି କରୁଥିବା ସୂଚନା ରହିଛି ।

Leave A Reply

Your email address will not be published.