Latest Odisha News

BREAKING NEWS

ଥମୁନି ଅଶାନ୍ତି, ପୁଣି ୫ ଗିରଫ

ସାତପଡ଼ା : ପୁରୀ ଜିଲ୍ଲା ସାତପଡ଼ା ଅଞ୍ଚଳର ନାଥପୁରରେ ବୋମାମାଡ଼ ମାମଲା । ଥମୁନି ଅଶାନ୍ତି ।  ସେପଟେ ୩୫ ମୌଜାର ଆଉ ୫ଜଣଙ୍କୁ ଗିରଫ କରିଛି ପୋଲିସ । ଏହାକୁ ମିଶାଇ ଗିରଫ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଏବେ ବି ଘଟଣାସ୍ଥଳରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ୪ ପୋଲିସ ଅଫିସରଙ୍କ ସମେତ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

ସରକାରୀ ଜମିରେ ଘର ନିର୍ମାଣକୁ ନେଇ ନାଥପୁରରେ ଗତ ରବିବାର ଉତ୍ତେଜନା ଦେଖାଦେଇଥିଲା । ୪୦ରୁ ଅଧିକ ଘରେ ନିଆଁ ଲଗାଇ ଦେଇଥିଲେ ବିରୋଧୀ ଗୋଷ୍ଠୀ । ଏହା ସହିତ ଗାଁରେ ହୋଇଥିଲା ତୁହାକୁ ତୁହା ବୋମାମାଡ । ଯାହାକୁ ନେଇ ଏବେ ଗୋଷ୍ଠୀ କନ୍ଦଳ ବଢ଼ିବାରେ ଲାଗିଛି।

Leave A Reply

Your email address will not be published.