Latest Odisha News

BREAKING NEWS

କେରଳ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଭିଡି ସତିସନ୍

ନୂଆଦିଲ୍ଲୀ: କେରଲମର ତିରୁବନନ୍ତପୁରମ ସେଣ୍ଟ୍ରାଲ ଷ୍ଟାଡିୟମରେ କେରଳ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ କଂଗ୍ରେସ ନେତା ଭିଡି ସତିସନ୍। ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ।

କେରଳ ମୁଖ୍ୟମନ୍ତ୍ରୀ ଭାବରେ ସତିସନ୍‌ଙ୍କ ଯୋଗଦାନ ଫଳରେ ଏକ ଦଶନ୍ଧି ପରେ ରାଜ୍ୟରେ ୟୁଡିଏଫ୍‌ର ଫେରିଛି। ଯାହା ମେଣ୍ଟର ନିର୍ବାଚନ ଡାକରା ହେଉଛି – କେରଳ ଜୟିକମ୍‌, ୟୁଡିଏଫ୍‌ ନାୟିକ୍ମକୁମ୍‌କୁ ବାସ୍ତବରେ ପରିଣତ କରିବା।

ଅପରପକ୍ଷରେ ସତିସନ୍‌ଙ୍କ ବ୍ୟତୀତ ୨୦ ଜଣ ମନ୍ତ୍ରୀଙ୍କୁ ନେଇ ଏକ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ଗ୍ରହଣ କରିବ। ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭାଡ୍ରା ଏବଂ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ।

 

Comments are closed.