Latest Odisha News

ପ୍ରଫେଟଙ୍କୁ ନେଇ ଆପତ୍ତିଜନକ ବୟାନ: ମୋଦୀ, ଡୋଭାଲଙ୍କୁ ଭେଟିବା ପରେ ଅବୁଝା ଇରାନ ହେଜିଗଲା

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କୁ ନେଇ ନୂପୁର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଇସଲାମିକ ଦେଶ ଭାରତକୁ ବିରୋଧ କରୁଛନ୍ତି। ଏପରି ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି ଇରାନ ସମେତ ଅନେକ ଓଆଇସି ଦେଶ କହୁଥିବା ବେଳେ ଭାରତ ଗସ୍ତରେ ଆସି ଇରାନର ବୈଦେଶିକ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଆଉ କହିଛନ୍ତି ଭାରତର ଆଭିମୁଖ୍ୟକୁ ନେଇ ସେ ସନ୍ତୁଷ୍ଟ।

ବୈଦେଶିକ ମନ୍ତ୍ରୀ ହୁସେନ ଅମୀର କହିଛନ୍ତି, ପ୍ରଫେଟ ମହମ୍ମଦଙ୍କ ଉପରେ ଦିଆଯାଇଥିବା ମନ୍ତବ୍ୟକୁ ନେଇ ଭାରତୀୟ ଅଧିକାରୀଙ୍କ ଆଭିମୁଖ୍ୟରେ ସେ ସନ୍ତୁଷ୍ଟ। ତେବେ ଏହି ବିବାଦକୁ ନେଇ ଇରାନର ବୈଦେଶିକ ମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହି ନିନ୍ଦା କରିଛନ୍ତି । ଇରାନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ ଏହା କୁହାଯାଇଛି।

ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଇରାନର ବୈଦେଶିକ ମନ୍ତ୍ରୀ ଭେଟିଥିଲେ । ଏହି ସମୟରେ ଅପରାଧୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯିବ ଯେ, ଅନ୍ୟମାନେ ମଧ୍ୟ ଉଚିତ ଶିକ୍ଷା ପାଇବେ ବୋଲି ଡୋଭାଲ ତାଙ୍କୁ କହିଥିବା ସେ କହିଛନ୍ତି।

ଏହି ଗସ୍ତ ବେଳେ ଦିଲ୍ଲୀରେ ଅନ୍ୟ ଇସଲାମିକ ବିଦ୍ୟାର୍ଥୀଙ୍କୁ ଭେଟିବା ସହ ଏହି ପ୍ରସଙ୍ଗରେ ଆଲୋଚନା କରିବା ପରେ ଇରାନର ଏହି ମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ମୁସଲମାନମାନେ ଦେଶରେ ଶାନ୍ତି ପ୍ରତିଷ୍ଠା ଦିଗରେ ଯୋଗଦାନ ରହିଛି। ଭାରତରେ ମୁସଲମାନ ସମ୍ପ୍ରଦାୟର ନେତାମାନେ ଶାନ୍ତି, ସହାନୁଭୂତି ଏବଂ ଜନସାଧାରଣ ଏବଂ ଧର୍ମର ସମ୍ମାନଜନକ ସହାବସ୍ଥାନକୁ ସୁଦୃଢ଼ କରିବାର ଏକ ଉଦାହରଣ ସୃଷ୍ଟି କରିଛନ୍ତି।  ଦେଶର ବିକାଶରେ ଭାରତୀୟ ମୁସଲମାନ ସମ୍ପ୍ରଦାୟର ବଡ଼ ଅବଦାନ ରହିଛି। ଏହି ସବୁ ଘଟଣା ଭାରତରେ ଇସଲାମିକ୍ ବିଦ୍ୟାର୍ଥୀଙ୍କ ଉଦ୍ୟମ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ସମ୍ବୋଧନ କରିବା ବେଳେ ହୁସେନ ଅମୀର କହିଛନ୍ତି।

ସେ ଆହୁରି କହିଛନ୍ତି, “ଇରାନ ସବୁବେଳେ ଭାରତ ସରକାର, ଏବଂ ମୁସଲିମ୍ ସମୁଦାୟ ସହିତ ରହିଛି। ଭାରତ-ଇରାନ ସମ୍ପର୍କ ସୁଦୃଢ଼ ଓ ସମ୍ପ୍ରସାରିତ ହୋଇଛି।

Leave A Reply

Your email address will not be published.