Latest Odisha News

BREAKING NEWS

ପାକିସ୍ତାନରେ ପୂଜକଙ୍କୁ ଆକ୍ରମଣ କରି ମନ୍ଦିର ଭାଙ୍ଗିଲେ ଦୁର୍ବୃତ୍ତ

କରାଚି: ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ବିରୋଧ କରି ପାକିସ୍ତାନର ବିଭିନ୍ନ ସହରରେ ବିକ୍ଷୋଭ ପ୍ରଦର୍ଶନ ହେବ। ଜମାତ୍-ଏ-ଇସଲାମି, ତେହରିକ୍-ଏ-ଲବ୍ବାଇକ୍ ଭଳି ଇସଲାମିକ୍ ପାର୍ଟି ଏବଂ ପାକିସ୍ତାନ ଉଲେମା କାଉନସିଲ ଏହି ବିକ୍ଷୋଭ ପ୍ରଦର୍ଶନ କରିବେ। ଜୁନ ୧୦ ତାରିଖରେ ଇସଲାମାବାଦ ସ୍ଥିତ ଭାରତୀୟ ଦୂତାବାସ ବାହାରେ ସିନେଟର ସଦସ୍ୟମାନେ ଏପରି ବିକ୍ଷୋଭ ପ୍ରଦର୍ଶନ ଓ ରାଲି କରିବେ। ଏହି ଘୋଷଣା ପରେ ଭାରତ ସରକାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଦାବି କରିଛନ୍ତି।

ଅନ୍ୟପଟେ କରାଚିର କୋରଙ୍ଗି ଅଞ୍ଚଳରେ ଜଣେ ହିନ୍ଦୁ ପୂଜକ ଓ ତାଙ୍କ ମନ୍ଦିରରେ ଭଙ୍ଗାରୁଜା ହୋଇଛି। ଏହା ମଧ୍ୟ ନୂପୁର ଶର୍ମାଙ୍କ ଦ୍ୱାରା ଦିଆଯାଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଥିବା ଆକ୍ରୋଶରୁ ହୋଇଛି ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁୟାୟୀ, ପାଞ୍ଚ-ଛଅ ଜଣ ଦୁର୍ବୃତ୍ତ ପୂଜକଙ୍କ ଘରେ ପଶି ମନ୍ଦିରରେ ଭଙ୍ଗାରୁଜା କରିଥିଲେ। ହେଲେ ଏହି ଘଟଣାରେ ଏଯାବତ କାହାରିକୁ ଗିରଫ କରାଯାଇ ନାହିଁ।

ପାକିସ୍ତାନର ଆୟୋଜିତ ହେବାକୁ ଥିବା ଏହି ବିକ୍ଷୋଭରେ ଶହ ଶହ ଲୋକ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। କରାଚି, ଲାହୋର, ମୁଲତାନ, ମୁଜାଫରାବାଦ, ପେଶାଓ୍ୱାର, କ୍ୱେଟା, ରାଓ୍ବଲପିଣ୍ଡି, ସରଗୋଧାରେ ଏହି ଆନ୍ଦୋଳନ କରାଯିବ। ତେଣୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଟ୍ରାଫିକ୍ ଆଡଭାଇଜରୀ ଜାରି କରାଯାଇଛି।

Leave A Reply

Your email address will not be published.