Latest Odisha News

BREAKING NEWS

ନୂଆ ମୋଡ ନେଲା ସତୀଶ କୌଶିକ ମୃତ୍ୟୁ ମାମଲା: ଫାର୍ମ ହାଉସରୁ ପୋଲିସ ଜବତ କଲା ମେଡିସିନ

ମୁମ୍ବାଇ: ନୂଆ ମୋଡ ନେଇଛି ଅଭିନେତା ତଥା ନିର୍ଦ୍ଦେଶକ ସତୀକ କୌଶିକଙ୍କ ମୃତ୍ୟୁ ଘଟଣା । ୬୬ ବର୍ଷ ବୟସ୍କ ସତୀଶଙ୍କର ହୃଦଘାତରେ ୨ ଦିନତଳେ ମୃତ୍ୟୁ ଘଟିଥିଲା । ସତୀଶଙ୍କର ଏପରି ଅକସ୍ମାତ ମୃତ୍ୟୁ ଖାଲି ତାଙ୍କ ପରିବାର ନୁହେଁ ପୁରା ବଲିଉଡକୁ ସ୍ତବ୍ଧ କରି ଦେଇଥିଲା । ତାଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରି ନ ଥିଲେ । ଯାହା ବି ହେଉ, ପ୍ରାଥମିକ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ସତୀଶଙ୍କର ହାଟ ଆଟାକରେ ମୃତ୍ୟୁ ଘଟିଛି । ହେଲେ ପୋଲିସ ହାତରେ ଏମିତି କିଛି ତଥ୍ୟ ଲାଗିଛି ଯାହା ତାଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛି- ସତୀଶଙ୍କ ମୃତ୍ୟୁ ସ୍ୱାଭାବିକ ନା ଏହା ପଛରେ ସୁଚିନ୍ତିତ ଷଡଯନ୍ତ୍ର କିଛି ରହିଛି ?

ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, ସାଉଥ-ଇଷ୍ଟ ଦିଲ୍ଲୀର ଯେଉଁ ଫାର୍ମ ହାଉସରେ ସତୀଶଙ୍କ ମୃତ୍ୟୁ ଘଟିଥିଲା ସେଠାରେ ଦିନକ ପୂର୍ବରୁ ହୋଲି ପାର୍ଟି ରଖାଯାଇଥିଲା ।ଉକ୍ତ ସ୍ଥାନ ଯାଞ୍ଚ କରିବା ପରେ କ୍ରାଇମ ଟିମକୁ କିଛି ଔଷଧ ମିଳିଛି । ତେବେ କିଛି ସିଦ୍ଧାନ୍ତରେ ପହଞ୍ଚିବା  ପୂର୍ବରୁ ପୋଲିସ ସମ୍ପୂର୍ଣ୍ଣ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି । ଏହି ରିପୋର୍ଟରେ କେଉଁ କାରଣରୁ ସତୀଶଙ୍କର ମୃତ୍ୟୁ ଘଟିଲା ତାହା ସ୍ପଷ୍ଟ ହୋଇବ ପୋଲିସ କହିଛି।

ବଲିଉଡର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକ ଗତ ୯ ତାରିଖ ସକାଳୁ ସକାଳୁ  ହୃଦଘାତରେ  ପରଲୋକ ହୋଇଥିଲା । ୬୬ ବର୍ଷ ବୟସ୍କ ସତୀଶ ୧୦ରୁ ଊର୍ଦ୍ଧ୍ବ ଫିଲ୍ମର ନିର୍ଦ୍ଦେଶନା ସହ ଶତାଧିକ ଫିଲ୍ମରେ ନିଜ ନିଖୁଣ ଅଭିନୟର ଛାପ ଛାଡି ଯାଇଛନ୍ତି । ତାଙ୍କର ଦେହାନ୍ତ ହୋଇଥିବା ନେଇ  ବରିଷ୍ଠ ଅଭିନେତା ଅନୁପମ ଖେର ଟ୍ୱିଟ କରି ସୂଚନା ଦେଇଥିଲେ ।

Leave A Reply

Your email address will not be published.