Latest Odisha News

BREAKING NEWS

ବକ୍ସିଂ କ୍ୱାର୍ଟର ଫାଇନାଲରେ ହାରିଲେ ସତୀଶ କୁମାର, ପୁରୁଷ ବର୍ଗରେ ଭାରତର ଅଭିଯାନ ଶେଷ

ଟୋକିଓ: ଅଲିମ୍ପିକ୍ସ ପୁରୁଷ ବକ୍ସିଂରେ ନିରାଶ କଲେ ସତୀଶ କୁମାର । କ୍ୱାର୍ଟର ଫାଇନାଲ ମୁକାବିଲାରେ ପରାସ୍ତ ହୋଇଛନ୍ତି । ସୁପର ହେଭିଓ୍ୱେଟ ମୁକାବିଲାରେ ଓ୍ୱାର୍ଲଡ ଚାମ୍ପିଅନ୍ ଉଜବେକିସ୍ତାନ କୁସ୍ତିଯୋଦ୍ଧା ବଖୋଦିର ଜାଲୋଲେଭଙ୍କଠାରୁ ପରାସ୍ତା ହୋଇଛନ୍ତି । ୫-୦ରେ ଜିତି ଫାଇନାଲକୁ ଯାଇଛନ୍ତି ଲୋଲେଭ । କଡ଼ା ମୁକାବିଲା କରିଥିଲେ ସତୀଶ । କିନ୍ତୁ ଜିତି ପାରିଲେ ନାହିଁ ।

ସତୀଶ କୁମାରଙ୍କ ପରାଜୟ ସହ ପୁରୁଷ ବକ୍ସିଂରେ ଶେଷ ହୋଇଛି ଭାରତର ଅଭିଯାନ । ପୁରୁଷ ବକ୍ସିଂରେ ମୋଟ୍ ୫ ଜଣ ଅଂଶଗ୍ରହଣ କରିଥିଲେ । ପଦକ ଦାବିଦାର କୁହାଯାଉଥିବା ଅମିତ ପଙ୍ଘଲ ଦ୍ୱିତୀୟ ରାଉଣ୍ଡରୁ ବାଦ ପଡ଼ିଥିଲେ । ମନୀଷ କୌଶିକ, ବିକାଶ କ୍ରିଷନ୍, ଆଶିଷ କୁମାର କ୍ୱାଲିଫିକେସ୍ନ୍ ରାଉଣ୍ଡରୁ ଆଗକୁ ବଢ଼ି ପାରି ନଥିଲେ । ଶେଷରେ ସତୀଶ କୁମାରଙ୍କ ଉପରେ ନଜର ରହିଥିଲା । ସେ କ୍ୱାର୍ଟର ଫାଇନାଲରୁ ହାରିବା ସହ ଅଭିଯାନ ଶେଷ ହୋଇଛି ।

Leave A Reply

Your email address will not be published.