Latest Odisha News

BREAKING NEWS

ଦୁର୍ଭାଗ୍ୟ: ଜିତି କରି ବି ନକଆଉଟ ପର୍ଯ୍ୟାୟକୁ ଯାଇ ପାରିଲେନି ସାଇରାଜ-ଚିରାଗ

ଟୋକିଓ: ବ୍ୟାଡମିଂଟନ ପୁରୁଷ ଡବଲ୍ସରେ ଭାରତୀୟ ଯୋଡି ସାତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀ ଚମତ୍କାର ପ୍ରଦର୍ଶନ କରି ତୃତୀୟ ମୁକାବିଲାରେ ବ୍ରିଟେନର ବେନ ଲେନ ଓ ସିନ ୱେଣ୍ଡି ଯୋଡିଙ୍କୁ ୨୧-୧୭, ୨୧-୧୯ରେ ପରାସ୍ତ କରିଥିଲେ । ତେବେ ଏହି ଚମତ୍କାର ବିଜୟ ସତ୍ୱେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଭାରତୀୟ ଯୋଡି ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହେବାରେ ବିଫଳ ହୋଇଛନ୍ତି ।

ଭାରତ, ଇଣ୍ଡୋନେସିଆ ଓ ଚାଇନିଜ ତାଇପେ ଯୋଡି ୨ଟି ଲେଖାଁଏ ବିଜୟ ହାସଲ କରିଥିଲେ । ଗ୍ରୁପ ପର୍ଯ୍ୟାୟରେ ଇଣ୍ଡୋନେସିଆ ଯୋଡି ହାରିବା ଓ ଜିତିବା ଅନ୍ତରରେ ଯୁକ୍ତ ୩, ଚାଇନିଜ ତାଇପେ ଯୁକ୍ତ୨ ଓ ଭାରତ ଯୁକ୍ତ ୧ ପଂଏଟ ପାଇଥିଲେ । ଫଳରେ ଇଣ୍ଡୋନେସିଆ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା । ଭାରତୀୟ ଯୋଡି ଦ୍ୱିତୀୟ ମୁକାବିଲା ହାରିବା ସେମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା ।

Leave A Reply

Your email address will not be published.