Latest Odisha News

ଇଣ୍ଡିଆନ ଓପନ ବ୍ୟାଡମିଂଟନ: ସାଇରାଜ-ଚିରାଗ ସେମିରେ, ସିନ୍ଧୁ ବିଦା

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ ଓପନ ବ୍ୟାଡମିଂଟନରେ ଭାରତର ପୁରୁଷ ଡବଲ୍ସ ଯୋଡି ସାତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ପ୍ରଭାବୀ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ତେବେ ମହିଳା ସିଙ୍ଗଲ୍ସରେ ୨ ଥର ଅଲିମ୍ପିକ ପଦକ ଜିିତିଥିବା ପିଭି ସିନ୍ଧୁ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛନ୍ତି । କ୍ୱାର୍ଟରରେ ଭାରତର ପୁରୁଷ ଡବଲ୍ସ ଯୋଡି ୨୧-୧୦ ଓ ୨୧-୧୭ରେ କୋରିଆର ୟଙ୍ଗ ଜିନ ଓ କଙ୍ଗ ମିନ ହ୍ୟୁକଙ୍କୁ ପରାସ୍ତ କରିଥିଲେ । ଇନ୍ଦିରା ଗାନ୍ଧୀ ଷ୍ଟାଡିୟମର କେଡି ଯାଦବ ଇନଡୋର ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାର ୨ଟି ଯାକ ଗେମରେ ସାଇରାଜ-ଚିରାଗ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ ।

ଗତ ସଂସ୍କରଣରେ ଏହି ଯୋଡି ରନର୍ସ ଅପ ହୋଇଥିଲେ । ସେମାନେ ଏବେ ଇଣ୍ଡୋନେସିଆର ଜେ ଫେଇ ଗୋହ ଓ ନୂର ଇଜ୍ଜାଦ୍ଦିନଙ୍କୁ ସେମିରେ ଭେଟିବେ । ସିନ୍ଧୁ କ୍ୱାର୍ଟରରେ ଇଣ୍ଡୋନେସିଆର ଗ୍ରେଗୋରିଆ ମାରିସ୍କା ଟୁନଜଙ୍ଗଙ୍କ ନିକଟରୁ ୨୧-୯, ୧୯-୨୧ ଓ ୨୧-୧୭ ଗେମରେ ପରାଜିତ ହୋଇଛନ୍ତି । କିରନ ଜର୍ଜ ଚୀନର ହଙ୍ଗ ୟାଙ୍ଗ ୱେଙ୍ଗଙ୍କ ନିକଟରୁ ୧୩-୨୧ ଓ ୧୯-୨୧ରେ ପରାଜିତ ହୋଇଛନ୍ତି ।

Comments are closed.