ପ୍ରୟାଗ: ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭରେ ଭକ୍ତଙ୍କ ଭିଡ଼ ଜମିବାରେ ଲାଗିଛି। କେବଳ ୬ ଦିନ ମଧ୍ଯରେ ୭ କୋଟି ଲୋକ ସଙ୍ଗମରେ ସ୍ନାନ କରିଛନ୍ତି।
ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୩୦ ଲକ୍ଷରୁ ଅଧିକ ଭକ୍ତ ସଙ୍ଗମରେ ପବିତ୍ର ବୁଡ଼ ପକାଇଥିଲେ।
ତେବେ ମହାକୁମ୍ଭ ବେଳେ ସଙ୍ଗମରେ ବୁଡ଼ ପକାଇଲେ ମୋକ୍ଷପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଫଳରେ ପ୍ରବଳ ଶୀତ ଓ ଘନ କୁହୁଡ଼ିକୁ ଖାତିର ନକରି ବୁଡ଼ ପକାଇବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଉଛି। ଏଥିରେ ଉତ୍ତରପ୍ରଦେଶ ସହ ଦେଶ ବିଦେଶରୁ ସାଧୁ ସନ୍ଥ ସାମିଲ ହୋଇଥିବାରୁ ଏଥିରେ ବିଭିନ୍ନ ସଂସ୍କୃତିର ଝଲକ ଦେଖିବାକୁ ମିଳୁଛି । ଅପରପକ୍ଷରେ ୪୫ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ ବିଶ୍ୱର ସର୍ବବୃହତ୍ ଧାର୍ମିକ ସମାବେଶ ବୋଲି କୁହାଯାଏ।
ଅଧିକ ପଢନ୍ତୁ- ଗୁଗଲରେ ମହାକୁମ୍ଭକୁ ସର୍ବାଧିକ ସର୍ଚ୍ଚ କରୁଛି ପାକିସ୍ତାନ
Comments are closed.