Latest Odisha News

BREAKING NEWS

ଇଣ୍ଡୋନେସିଆ ଓପନ ବ୍ୟାଡମିଂଟନ: ପୁରୁଷ ଡବଲ୍ସ ଟାଇଟଲ ଜିତି ଇତିହାସ ରଚିଲେ ସାଇରାଜ-ଚିରାଗ

ଜାକର୍ତା: ଇଣ୍ଡୋନେସିଆ ଓପନ ବ୍ୟାଡମିଂଟନର ପୁରୁଷ ଡବଲ୍ସ ବିଭାଗରେ ଭାରତର ଚିରାଗ ସେଟ୍ଟର ଓ ସାତ୍ୱିକ ସଇରାଜ ଯୋଡି ଇତିହାସ ରଚିଛନ୍ତ । ଫାଇନାଲରେ ସେମାନେ ମାଲେସିଆର ହାରୁନ ଚିୟା ଓ ଉଇ ୟିକି ସୋହଙ୍କୁ ୨୧-୧୭ ଓ ୨୧-୧୮ ସିଧାସଳଖ ଗେମରେ ପରାସ୍ତ କରିଥିଲେ । ବିଡବ୍ଲ୍ୟୁଏଫ ୱାର୍ଲ୍ଡ ଟୁର ସୁପର ୧୦୦୦ ଟାଇଟଲ ଜିତିବାରେ ସେମାନେ ପ୍ରଥମ ଭାରତୀୟ ଯୋଡି ହେବାର ଗୌରବ ଅର୍ଜନ କରିଛନ୍ତି । ଏହି ବ୍ୟତୀତ ସେମାନେ ସୁପର ୧୦୦, ସୁପର ୩୦୦, ସୁପର ୫୦୦, ସୁପର ୭୫୦ ଓ ସୁପର ୧୦୦୦ ଟାଇଟଲ ଜିତିବାରେ ମଧ୍ୟ ପ୍ରଥମ ଭାରତୀୟ ହୋଇଛନ୍ତି ।

୨ଟି ଯାକ ସେଟ ସଂଘର୍ଷପୂର୍ଣ୍ଣ ହୋଇଥିଲେ ମଧ୍ୟ ଚିରାଗ-ସାଇରାଜ ଶେଷରେ ବାଜି ମାରିଥିଲେ । ସେମାନଙ୍କ ସଫଳତା ନେଇ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ଏହି ପ୍ରତିଯୋଗିତାରେ ଅନ୍ୟ ଭାରତୀୟମାନଙ୍କ ଅଭିଯାନ ପୂର୍ବରୁ ଶେଷ ହୋଇଯାଇଛି ।

Leave A Reply

Your email address will not be published.