Latest Odisha News

BREAKING NEWS

ରଥଯାତ୍ରାରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା, ୫୦୦ କର୍ମଚାରୀଙ୍କୁ ମୁତୟନ କଲା ଟିପିସିଓଡିଏଲ୍

ପୁରୀ: ରଥଯାତ୍ରାରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ସହ ସୁରକ୍ଷା ପ୍ରତି ଧ୍ୟାନ ଦେଇଛି ଟିପିସିଓଡିଏଲ୍ । ସମସ୍ତ ୩୩ କେଭି ଲାଇନର ରକ୍ଷଣାବେକ୍ଷଣ କରାଯିବା ସହ ବଡ଼ଦାଣ୍ଡ, ସମୁଦ୍ର କୂଳ ରାସ୍ତା, ଭିଆଇପି ରୋଡ୍ ଆଦି ସ୍ଥାନ ମାନଙ୍କରେ ଅନବରତ ବିଦ୍ୟୁତ୍ ଯୋଗାଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ।

ରଥ ଯାତ୍ରା ମସୟରେ ଅବିରତ ବିଦ୍ୟୁତ୍ ଯୋଗାଣ ପାଇଁ ୫୦୦ କର୍ମଚାରୀଙ୍କୁ ନିୟୋଜିତ କରିଛି ସଂସ୍ଥା । ଏଥିସହ ଅତିରିକ୍ତ ପୂର୍ବରୁ ରଥ ଅଭିଜ୍ଞତା ଥିବା ୨୦ ଜଣ ଅଧିକାରୀଙ୍କୁ ମଧ୍ୟ ମନିଟରିଂ ଓ ଯୋଗାଯୋଗ ପାଇଁ ପୁରୀକୁ ପଠା ଯାଇଛି ।

ସମସ୍ତ ୧୧ କେଭି ଓ ୩୩ କେଭି ଲାଇନର ରକ୍ଷଣାବେକ୍ଷଣ କରାଯାଇଛି । ଭୂତଳ କେବୁଲ୍ ବ୍ୟବସ୍ଥାର ମନିଟରିଂ ସପ୍ତାହର ୭ ଦିନ ଓ ୨୪ ଘଣ୍ଟା କରାଯାଉଥିବା ଟିପିସିଓଡିଏଲ୍ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.