Latest Odisha News

BREAKING NEWS

ବରିଷ୍ଠ ଆଇପିଏସ ସ୍ତରରେ ଅଦଳବଦଳ: ସତ୍ୟଜିତ ମହାନ୍ତି ହେଲେ କଟକ-ଭୁବନେଶ୍ୱର କମିଶନରେଟ ପୋଲିସ କମିଶନର

ଭୁବନେଶ୍ୱର : ଆଜି ଓଡ଼ିଶା ରାଜ୍ୟ ସରକାର ବରିଷ୍ଠ ଆଇପିଏସ ଅଧିକାରୀଙ୍କ ବିଭାଗ ଓ ପଦବୀ ଅଦଳ ବଦଳ କରିଛନ୍ତି ।

ଆଜି ମିଳିଥିବା ସରକାରୀ ନିର୍ଦ୍ଦେଶନାମା ଅନୁସାରେ, ୧୯୮୮ ବ୍ୟାଚର ଅଫିସର ସତ୍ୟଜିତ ମହାନ୍ତି ଯିଏକି ବର୍ତ୍ତମାନ ଏଡ଼ିଜି (ପ୍ରୋଭିଜନାଲ)ଭାବେ କର୍ତ୍ତବ୍ୟରତ ତାଙ୍କୁ ଦୈତ୍ୟ ନଗରୀ କଟକ-ଭୁବନେଶ୍ୱର ପୋଲିସ କମିଶନର ଭାବେ ନିଯୁକ୍ତ କରାଯାଇଛି । ଏହି ସ୍ଥାନରେ ଥିବା ୱାଇ ବି ଖୁରାନିଆଙ୍କୁ ଏହି ପଦବୀରୁ ବଦଳ କରାଯାଇଛି ।

ସେହିପରି ଆଇ ଜି (ରାଜ୍ୟ ଆର୍ମଡ଼ ପୋଲିସ) ସଞ୍ଜିବ ପଣ୍ଡାଙ୍କୁ ନୂଆ ଟ୍ରାନସପୋର୍ଟ କମିଶନର ଭାବେ ନିଯୁକ୍ତ କରାଯାଇଛି । ତେବେ ଏହି ସ୍ଥାନରେ ଆଇ ଜି (ଆଇନ କାନୁନ)ରେ ଅବସ୍ଥାପିତ ଥିବା ବରିଷ୍ଠ ଅଧିକାରୀ ଅମିତାଭ ଠାକୁରଙ୍କୁ ନିଯୁକ୍ତ କରାଯାଇଛି ।

ଏସପି (ସିଆଇଡ଼ି)ଭାବେ ଅବସ୍ଥାପିତ ଥିବା ପଣ୍ଡିତ ରାଜେଶ ଉତ୍ତମରାଓଙ୍କୁ ଭଦ୍ରକ ଏସପି ଭାବେ ନିଯୁକ୍ତ କରାଯାଇଛି ଏବଂ ବାତୁଲା ଗଙ୍ଗାଧରଙ୍କୁ କଳାହାଣ୍ଡି ଏସପି ଭାବେ ନିଯୁକ୍ତି ମିଳିଛି ।

ସେହିପରି କଳାହାଣ୍ଡି ଏସପି ମଦକର ସନ୍ଦିପ ସମ୍ପତଙ୍କୁ ଉତ୍ତମରାଓଙ୍କ ସ୍ଥାନରେ ଏସପି (ସିଆଇଡ଼ି)ଭାବେ ଅବସ୍ଥାପିତ କରାଯାଇଛି । ବଣାଇ-ରାଉରକେଲାର ଅତିରିକ୍ତ ଏସପି ଦେବୀ ପ୍ରସାଦ ଦାଶଙ୍କୁ ସୋନପୁର ଏସପି ଇନଚାର୍ଜ ଜିଲ୍ଲା ଦାୟିତ୍ୱ ହସ୍ତାନ୍ତର କରାଯାଇଛି ।

ଅତିରିକ୍ତ ଡ଼ିସିପି (ଭୁବନେଶ୍ୱର କମିଶନରେଟ ପୋଲିସ)ଶଶି ଭୂଷଣ ଶତପଥିଙ୍କୁ ନୟାଗଡ଼ ଏସପି ଇନଚାର୍ଜ ଭାବେ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ କରାଯାଇଛି ।

Leave A Reply

Your email address will not be published.