Latest Odisha News

BREAKING NEWS

ପର୍ବତାରୋହଣ ଅଭିମୁଖେ ପର୍ବତାରୋହୀ

ଭୁବନେଶ୍ବର : ଆସନ୍ତାକାଲିଠୁ ହିମାଳୟରେ ଟ୍ରେକିଂ ଅଭିଯାନ ଆରମ୍ଭ କରିବେ ଗିନିଜ୍ ଓ୍ବାର୍ଲ୍ଡ ରେକର୍ଡଧାରୀ ସତ୍ୟପୀର ପ୍ରଧାନ । ଯାହାର ଫ୍ଲାଗ ଅଫ୍ କରିଛନ୍ତି ଓଲିଉଡ୍ ଅଭିନେତା ବାବୁଶାନ୍ । ଏହି ଅଭିଯାନରେ ରାଜ୍ୟର ୨୩ ଜଣ ଯୁବକ ସାମିଲ ହୋଇଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାର ୨୩ ଜଣ ଯୁବକ ଆସନ୍ତାକାଲିଠୁ ୧୨ ହଜାର ଫୁଟ ଉଚ୍ଚ ଦାୟରା ବୁଗୟାଲରେ ପର୍ବତାରୋହଣ କରିବେ । ଟ୍ୟାଲେଣ୍ଟ ହଣ୍ଟ ସଂସ୍ଥା କଳିଙ୍ଗ ଡେୟାର ଡେଭିଲ ଏହି କାର୍ଯ୍ୟକ୍ରମ କରିଆସୁଛି ।

କରୋନାର ପ୍ରାରମ୍ଭିକ ପର୍ଯ୍ୟାୟରେ ସାଇକ୍ଲୋଥନ ଜରିଆରେ ଲୋକଙ୍କୁ ସଚେତନ କରାଯାଇଥିଲା । ଆଉ ଏବେ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ହିମାଳୟର ୧୨ ହଜାର ଫୁଟ ଉଚ୍ଚରେ ଜାତୀୟ ପତାକା ଉଡାଇବେ ଏହି ୨୩ ଜଣିଆ ଟିମ୍ । ଏହି ଅବସରରେ ସମସ୍ତ ଟିମ୍ ସଦସ୍ୟଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ବର୍ତ୍ତମାନ ସ୍ଥିତିରେ ଉତ୍ତମ ସ୍ବାସ୍ଥ୍ୟର ଆବଶ୍ୟକତା ଥିବା କହିଥିଲେ ଅଭିନେତା ବାବୁଶାନ୍ ।

Leave A Reply

Your email address will not be published.