Latest Odisha News

BREAKING NEWS

କାଲିଠୁ ପଡୋଶୀ ଦେଶକୁ ଟିକା ଯୋଗାଣ କରିବ ଭାରତ

ନୂଆଦିଲ୍ଲୀ: ଦେଶବ୍ୟାପୀ ସଫଳତାର ସହ କୋଭିଡ ଟିକା କରଣ ଚାଲିଛି। କାଲିଠୁ ପଡୋଶୀ ଦେଶକୁ ଟିକା ଯୋଗାଇବ ଭାରତ। ବାଂଲାଦେଶ, ନେପାଳ, ଭୁଟାନ, ମାଳଦ୍ୱୀପ, ମିଆଁମାର ଓ ସିସଲସକୁ କାଲିଠୁ ଆରମ୍ଭ ହେବ କୋଭିଡ ଟିକା ଯୋଗାଣ। ଟିକା ଯୋଗାଇ ଦେବାକୁ ଏସବୁ ଦେଶରୁ ଅନୁରୋଧ ଆସିଥିଲା। ସେହିପରି ଟିକା ଯୋଗାଣ ପାଇଁ ଆଫଗାନିସ୍ତାନ, ଶ୍ରୀଲଙ୍କା ଓ ମରିସସରୁ ଭାରତ ସରକାର ଅନୁରୋଧ ପାଇଛନ୍ତି।

ସେସବୁ ଦେଶରେ ଭାରତରେ ବିକଶିତ କୋଭିଡ ଟିକାକୁ ଅନୁମତି ମିଳିବା ପରେ ଯୋଗାଣ ଆରମ୍ଭ ହେବ। ବିଶ୍ୱ ସମୁଦାୟରେ ସ୍ୱାସ୍ଥ୍ୟସେବା ଆବଶ୍ୟକତା ମେଣ୍ଟାଉ ଥିବା ଭାରତ ମହାମାରୀ ବିରୋଧୀ ଲଢେଇରେ ଟିକା ବିକଶିତ କରି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି। ଏଥିପାଇଁ ଭାରତ ନିଜକୁ ଧନ୍ୟ ମନେ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

Leave A Reply

Your email address will not be published.