Latest Odisha News

BREAKING NEWS

୧୧ ତାରିଖରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ‘ପୋଲିସ ବାବୁ’

ଭୁବନେଶ୍ୱର: ଡ୍ରାମା, କମେଡି ସାଙ୍ଗକୁ ମନଛୁଆଁ ଗୀତ । ରିଲିଜ୍ ହେବାକୁ ଯାଉଛି ଜବରଦସ୍ତ ଓଡ଼ିଆ ଫିଲ୍ମ ‘ପୋଲିସ ବାବୁ’ । ଆସନ୍ତା ୧୧ ତାରିଖରେ ମୁକ୍ତିଲାଭ କରିବ ଓଡ଼ିଆ ଫିଲ୍ମ ‘ପୋଲିସ ବାବୁ’ । ଫିଲ୍ମ ରିଲିଜ୍ ପୂର୍ବରୁ ଅଡିଓ ରିଲିଜ୍ ହୋଇଛି ।

‘ପୋଲିସ ବାବୁ’ ଚଳଚ୍ଚିତ୍ରରେ ଅଭିନେତା ସୁଭାଶିଷ ଶର୍ମାଙ୍କ ସହ ସାୟଲ୍ ମୁଖ୍ୟ ଭୂମିକାରେ ଅଛନ୍ତି । ‘ପୋଲିସ ବାବୁ’ ଚଳଚ୍ଚିତ୍ରରେ ଲିପ୍ସା, କୁଲଦୀପ, ଜ୍ୟୋତିର୍ମୟୀ ଓ ଶଶାଙ୍କ କଣ୍ଠଦାନ କରିଛନ୍ତି । ଅଜୟ ରାଉତଙ୍କ ପ୍ରଯୋଜନା ଓ ଶୈଳେନ୍ଦ୍ର ପରିଡ଼ାଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ପୋଲିସ ବାବୁ’ ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି ଡ. ରଜନୀ ରଞ୍ଜନ ।

ସୂର୍ଯ୍ୟ ମହାପାତ୍ର ଗୀତ ରଚନା କରିଥିବା ବେଳେ ଗୁଡଲି ରଥ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଅନେକ ସଫଳ ଚଳଚ୍ଚିତ୍ର ଭେଟି ଦେଇଥିବା ଜୀ- ସାର୍ଥକର ଏହି ଫିଲ୍ମ ଦର୍ଶକଙ୍କୁ ବାନ୍ଧି ରଖିବ ବୋଲି ଚ୍ୟାନେଲ୍ ମୁଖ୍ୟ ପ୍ରତୀକ ସିଲ୍ ଆଶା ରଖିଛନ୍ତି ।

Leave A Reply

Your email address will not be published.