Latest Odisha News

BREAKING NEWS

କରୋନା କଷ୍ଟ; ଜେଲରୁ ମୁକୁଳିବାକୁ ନେହୁରା ହେଲେ ସାଉଦି ଆରବ ରାଜକୁମାରୀ !

ସାଉଦି: କରୋନା ମହାମାରୀରୁ ବଂଚିବା ଲାଗି ଆକୁଳ ନିବେଦନ କଲେ ସାଉଦି ଆରବ ରାଜକୁମାରୀ । ଜେଲରୁ ବାହାରିବା ପାଇଁ ନିଜ ପରିବାର ଆଗରେ ନେହୁରା ହେଲେ ବସ୍ମା ବିନ୍ତେ ସାଉଦ୍ ଅଲ୍ ସାଉଦ୍‌ ।

କୌଣସି ଫିଲ୍ମର କଥାବସ୍ତୁ ନୁହେଁ ବରଂ ସତ ଘଟଣା । ଏପ୍ରିଲ ୧୫ ଓ ୧୬ରେ ରାଜକୁମାରୀ ବସ୍ମା ଅଧିକାର ସ୍ୱରୂପ ଟୁଇଟ୍ କରିଥିଲେ ଯେ, ସେ ବିନା ଦୋଷରେ କଏଦ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ତା ଏବେ ଭଲ ନାହିଁ । ଅଲ- ହାୟର ଜେଲରେ ଭଲ ଚିକିତ୍ସା ସୁବିଧା ନଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି ।

ଶାସକ ଶାହ ସାଉଦଙ୍କ ସାନ ଝିଅ ବସ୍ମା । ମହିଳାଙ୍କ ହକ୍ ପାଇଁ ଲଢୁଥିବା ବସ୍ମା ୨୦୧୮ରେ ୟେମେନ ଯୁଦ୍ଧକୁ କଡା ସମାଲୋଚନା କରିଥିଲେ । ହେଲେ ଏହି ଯୁଦ୍ଧର ସବୁଠୁ ପ୍ରଶଂସକ ଥିଲେ ତାଙ୍କ ଭାଇ ମହମ୍ମଦ ବିନ୍ ସୁଲେମାନ । ଯୁଦ୍ଧ ବନ୍ଦ କରିବା ନେଇ ନିଜ ଭାଇ ସହ ମୁହାଁମୁହିଁ ହେବା ପରେ ୨୦୧୯ ଫେବ୍ରୁଆରୀ ମାସରେ ହିଁ ତାଙ୍କୁ ଜେଲରେ କଏଦ କରାଯାଇଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.