Latest Odisha News

BREAKING NEWS

ଭଦ୍ରକର ୫ଟି ପଞ୍ଚାୟତ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷିତ

ଭଦ୍ରକ: ଭଦ୍ରକରେ ୫ଟି ନୂଆ କରୋନା ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ୫ଟି ଗ୍ରାମ ପଞ୍ଚାୟତକୁ ସିଲ୍ କରିଦେବା ସହିତ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଭାବେ ଘୋଷିତ କରିଛନ୍ତି ।

ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକରେ ୩ ଜଣ ଏବଂ ଭଣ୍ଡାରିପୋଖରୀ ବ୍ଲକରେ ୨ଜଣ ନୂଆ କରୋନା ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଦୁଇଟି ବ୍ଲକର ୫ଟି ଗ୍ରାମ ପଞ୍ଚାୟତରେ କଟକଣା ଜାରି ହେବା ସହିତ ସମ୍ପୂର୍ଣ୍ଣ ସିଲ୍ କରିଦିଆଯିବା ନେଇ ଜିଲ୍ଲା ପ୍ରଶାସନ ଟ୍ୱିଟ୍ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ।

ଜିଲ୍ଲାରେ ପୂର୍ବରୁ ୨ଟି ସ୍ଥାନକୁ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇଥିଲା । ଗତକାଲି ଏହି ଦୁଇଟି ସ୍ଥାନରୁ କଟକଣା ହଟିଥିଲା । ପୂର୍ବରୁ ଏହି ଦୁଇଟି ସ୍ଥାନରେ ୨ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତେବେ ସେମାନେ ଗତକାଲି ନେଗେଟିଭ୍ ହେବା ସହିତ ସୁସ୍ଥ ହୋଇ ଘରକୁ ଫେରିଥିଲେ ।

ପୂର୍ବରୁ ଭଦ୍ରକ ସହରର ପୂରୁଣା ବଜାର, ଚରମ୍ପା ଏବଂ ଏରେଇଁ ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇ କଟକଣା ଜାରି କରାଯାଇଥିଲା । ପୂରୁଣା ବଜାରରୁ ଏପ୍ରିଲ୍ ୧୫ରେ ଏବଂ ଏହି ଦୁଇଟି ସ୍ଥାନରେ ଏପ୍ରିଲ୍ ୧୯ ତାରିଖରେ କଟକଣା ଉଠାଇ ଦିଆଯାଇଛି ।

ଭଦ୍ରକରେ ମାର୍ଚ୍ଚ ୩୧ରେ ଜଣେ ଦୁବାଇ ଫେରନ୍ତା ଯୁବକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ପରେ ଅନ୍ୟ ୨ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।

Leave A Reply

Your email address will not be published.