Latest Odisha News

BREAKING NEWS

ସୌଦି ଆରବରେ ଗୋଟିଏ ଦିନରେ ଦିଆଗଲା ୮୧ଜଣଙ୍କୁ ମୃତ୍ୟୁଦଣ୍ଡ

ରିୟାଦ: ବିଭିନ୍ନ ଅପରାଧରେ ଜଡିତ ଥିବା ୮୧ଜଣଙ୍କୁ ଆଜି ସୌଦି ଆରବ ସରକାରଙ୍କ ପକ୍ଷରୁ ମୃତ୍ୟୁଦଣ୍ଡ ଦିଆଯାଇଛି । ଏମାନେ ସମସ୍ତେ ଦୁଷ୍କର୍ମ, ହତ୍ୟା, ପୂଜାସ୍ଥଳ ଉପରେ ଆକ୍ରମଣ ଓ ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । କେତେକ ୟମନ ବାସିନ୍ଦାଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ଦିଆଯାଇଥିଲା ।ଅଲକାଏଦା ଓ ଆଇଏସଆଇଏସ ସହ ସମ୍ପର୍କ ନେଇ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଥିଲା ।

ଦେଶରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ସେମାନେ ଷଡଯନ୍ତ୍ର ରଚୁଥିଲେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ମୃତ୍ୟୁଦଣ୍ଡାଦେଶ ଏବେ ସାରା ବିଶ୍ୱରେ ଚର୍ଚ୍ଚାର କାରଣ ସାଜିଛି । ସୂଚନାଯୋଗ୍ୟ, ୟୁଏଇରେ ଅପରାଧ ପାଇଁ କଠୋର ଦଣ୍ଡ ପ୍ରଦାନ କରାଯାଇଥାଏ । ସେଠାକାର ସୁପ୍ରିମକୋର୍ଟ ମଧ୍ୟ ଏହି ଦଣ୍ଡାଦେଶକୁ କାଏମ ରଖିଥିଲା ।

Comments are closed, but trackbacks and pingbacks are open.