Latest Odisha News

BREAKING NEWS

ଏଣିକି ରବିବାର କରି ହେବ ଜଗା ଦର୍ଶନ

ପୁରୀ: ସାଧାରଣ ଭକ୍ତଙ୍କ ପାଇଁ ଖୁସି ଖବର । ଏଣିକି ରବିବାର ମଧ୍ୟ କରି ହେବ ଜଗା ଦର୍ଶନ । ଶ୍ରୀମନ୍ଦିରରୁ ହଟିଲା ସବୁ କଟକଣା । କରୋନା ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ପାଇଁ ଲାଗି ରହିଥିବା କଟକଣାକୁ ହଟାଇ ଦିଆଯାଇଛି ।

ଚଳିତ ମାସ ୨୦ ତାରିଖରୁ ସବୁଦିନ ଭଳି ରବିବାର ମଧ୍ୟ ସାଧାରଣ ଭକ୍ତ ଜଗାକୁ ଦର୍ଶନ କରିପାରିବେ । ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।

Comments are closed, but trackbacks and pingbacks are open.