Latest Odisha News

ପାରାଦୀପ ବନ୍ଦରରେ ଆଇଏନଏସ ଘଡିଆଳ

ପାରାଦୀପ: ପାରାଦୀପ ବନ୍ଦରରେ ଲାଗିଲା ଇଣ୍ଡିଆନ୍ ନାଭିର ଜାହାଜ । ବନ୍ଦରରେ ଲାଗିଛି ନାଭିର  ଆଇ ଏନ୍ ଏସ ଘଡ଼ିଆଳ । ଜାହାଜ ଭିତରେ ଚାଲିଛି ସ୍ୱାସ୍ଥ୍ୟ ମେଳା । ମହତ ଉଦ୍ଦେଶ୍ୟ ନେଇ ପାରାଦୀପକୁ ଆସିଛି ଆଇଏନଏସ ଘଡିଆଳ ।

ବନ୍ଦର ନଗରୀ ପାରାଦ୍ଵୀପରେ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରୁଛନ୍ତି ନୌସେନା କର୍ମଚାରୀ । ବନ୍ଦରର ଫର୍ଟିଲାଇଜର ବର୍ଥରେ ନାଭିର ବିଭିନ୍ନ ବିଭାଗର ବରିଷ୍ଠ ଡ଼ାକ୍ତରମାନେ  ସ୍ଥାନୀୟ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହିତ ମାଗଣା ଔଷଧ ଯୋଗାଇ ଦେଉଛନ୍ତି । ଆଆଉ କାଲି ଦୁଇଦିନ ଧରି ଚାଲିବ ଏହି ସ୍ୱାସ୍ଥ୍ୟ ମେଳା ।

କଥା ହେଲା, ଡିସେମ୍ବର ୪ ତାରିଖ ପାଳିତ ହେବ ନୌସେନା ଦିବସ ।ଏହି  ଅବସରରେ ଇଣ୍ଡିଆନ୍ ନାଭି ପକ୍ଷରୁ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି ।  ଏହି ପରିପ୍ରେକ୍ଷୀରେ ପାରାଦୀପବାସୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛି ନୌସେନା ।

ନୌସେନାର ଏହି ଦୁଇଦିନିଆ ମେଗା ସ୍ବାସ୍ଥ୍ୟମେଳା ପାଇଁ ବନ୍ଦର ନଗରୀ ପାରାଦ୍ଵୀପରେ ମାଇକ ଯୋଗେ ପ୍ରଚାର କରାଯାଇଥିଲା। ସାଧାରଣ ଲୋକେ ବନ୍ଦରର ୪ ନମ୍ବର ଗେଟ ନିକଟରେ ପହଞ୍ଚିବା ପରେ ସେମାନଙ୍କୁ ସ୍ବତନ୍ତ୍ର ବସ ଯୋଗେ ଫର୍ଟିଲାଇଜର ବର୍ଥ ପର୍ଯ୍ୟନ୍ତ ନିଆଯାଉଛି। ସେଠାରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ପୁଣି ସେମାନଙ୍କୁ ବସ୍ ଯୋଗେ ୪ ନମ୍ବର ଗେଟ୍ ନିକଟରେ ଛଡ଼ା ଯାଉଛି। ଆସନ୍ତା କାଲି ମଧ୍ୟ ଏହିଭଳି କାର୍ଯ୍ୟ ଜାରି ରହିବ ଏବଂ ସାଧାରଣ ଲୋକେ ଏହାର ସୁଫଳ ନେବା ପାଇଁ  ନୌସେନା ପକ୍ଷରୁ ପ୍ରକାଶ କରାଯାଇଛି।

Leave A Reply

Your email address will not be published.