ରିୟାଦ: ୟେମେନ୍ରେ ସାଉଦୀ ବଡ ଧରଣର ଏୟାର ଷ୍ଟ୍ରାଇକ୍ କରିଛି । ଶନିବାର ବିଳମ୍ବିତ ରାତିରେ ଏହି ଏୟାର ଷ୍ଟ୍ରାଇକ୍ ହୋଇଛି । ଏଥିରେ ୩୧ ଜଣଙ୍କ ମୃତ୍ୟୁ ହୋଇଛି । ସାଉଦୀ ଆରବ ହୁତୀ ବିଦ୍ରୋହୀଙ୍କ ଶିବିର ଉପରେ ବୋମା ବର୍ଷଣ କରିଛି । ସାଉଦୀ ନିଜ ଲଡୁଆ ବିମାନ ଦୁର୍ଘଟଣା ଗ୍ରସ୍ତ ହେବା ପରେ ଏହି ଆକ୍ରମଣ କରିଛି । ଅନ୍ୟପକ୍ଷରେ ଏହାକୁ ଜାଣିଶୁଣି ଦୁର୍ଘଟଣା କରାଯାଇଛି ନା ଆଉ କୌଣସି ପ୍ରକାରରେ ହୋଇଛି ତାହା ଜଣାପଡି ନାହିଁ ।
ସେପଟେ ୟେମେନ୍ ସେନା ପକ୍ଷରୁ କୁହାଯାଇଛି ଯେ, ଏହା ଦୁର୍ଘଟଣା ଯୋଗୁଁ ହୋଇଛି । ଅପରପଟେ ହୁତୀ ବିଦ୍ରୋହୀମାନେ ଏହି ବୟାନକୁ ଖଣ୍ଡନ କରିଛନ୍ତି । ଶୁକ୍ରବାର ସାଉଦୀ ଯୁଦ୍ଧ ବିମାନ ଅଲ୍-ଜବାଫ ପ୍ରଦେଶରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହା ପଛରେ ହୁତୀ ବିଦ୍ରୋହୀମାନଙ୍କ ହାତ ଥିବା କୁହାଯାଉଛି । ତେବେ ଯୁଦ୍ଧ ବମାନ କିଭଳି ଦୁର୍ଘଟଣା ଗ୍ରସ୍ତ ହେଲା ସେ ନେଇ ସାଉଦୀ କିମ୍ବା ହୁତୀ ବିଦ୍ରୋହୀଙ୍କ ପକ୍ଷରୁ କୌଣସି ସ୍ପଷ୍ଟିକରଣ ଦିଆଯାଇ ନାହିଁ । ବିଦ୍ରୋହୀମାନେ ଆଡ୍ଭାନ୍ସ ସରଫେସ୍-ଟୁ-ଏୟାର ମିସାଇଲ ଦ୍ୱାରା ବିମାନଟିକୁ ଖସାଇ ଦେଇଥିବା ଅଭିଯୋଗ କରିଛନ୍ତି ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.