Latest Odisha News

BREAKING NEWS

ସାହିତ୍ୟ ଅକାଦେମି ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ “ସଉରା ଭାଷା ସମ୍ମେଳନ’ ଉଦ୍‍ଯାପିତ

ଭୁବନେଶ୍ୱର : ସାହିତ୍ୟ ଅକାଦେମି, ନୂଆଦିଲ୍ଲୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ସୌର ଭାଷା ସମ୍ମେଳନ ଉଦଯାପିତ ହୋଇଯାଇଛି । ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ମହାନ୍ତିଙ୍କ ସଭାପତିତ୍ୱରେ ‘ସଉରା ଆଦିବାସୀ ଓ ବିଶ୍ୱାସ’ ଶୀର୍ଷକ ଆଲୋଚନାଚକ୍ରରେଦ୍ୱିତୀଚନ୍ଦ୍ର ସାହୁ, ବିଜୟ ଉପାଧ୍ୟାୟ ଏବଂ ସୁରେନ୍ଦ୍ର ନାଥ ସାହୁ ପ୍ରବନ୍ଧ ପାଠ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ମହେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ୱରେ ‘ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ଉତ୍ତର-ପୂର୍ବାଞ୍ଚଳର ସଉରା ଭାଷା ଓ ସାହିତ୍ୟ’ ଶୀର୍ଷକ ଆଲୋଚନାଚକ୍ରରେ ସଉରା ଗଙ୍ଗାରାଓ, ଇନାମ ଗମାଙ୍ଗୋ ଓ ମଗନ୍‍ ସାୱର ପ୍ରବନ୍ଧ ପାଠ କରିଥିଲେ। ଏହି ସମାରୋହ ସଉରା ଭାଷାଭାଷୀଙ୍କ ପାଇଁ ଏକ ସମ୍ଭାବନାର ଦ୍ୱାର ଉନ୍ମୁକ୍ତ କରିଛି । ତଥାପି ସାମାଜିକସ୍ତରରେ ନିଜ ଭାଷାରେ କଥା କହିବାର ମାନ୍ୟତା ଯେଉଁଦିନ ସଉରାମାନେ ପାଇବେ ସେହିଦିନ ଖୁସି ହେବେ, ଯେଉଁଦିନ ସର୍ବସମକ୍ଷରେ ନିଜ ଭାଷାରେ କଥା କହିବାର ସୁଯୋଗ ସେମାନଙ୍କୁ ମିଳିବ ବୋଲି ଏହି ଆଲୋଚନା ଚକ୍ରରେ ଆଲୋଚକ ମାନେ ମତବ୍ୟକ୍ତ କରିଥିଲେ ।

କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ସଭାପତିତ୍ୱ ବିଜୟାନନ୍ଦ ସିଂହଙ୍କ ସଭାପତିତ୍ୱରେ ଶବର ଭେଙ୍କଟ ରାଓ, ଲିସୁ ଶବର (ଲକ୍ଷ୍ମୀ), ଗୁନାସାଈ ଶବର, ଆବିଦ ନାୟକ, ଗଞ୍ଜାମ ମଣ୍ଡଳ, କମଳ ଲୋଚନ ଶବର ଓ ଫିଲିପ୍‍ ମଣ୍ଡଳ ପ୍ରମୁଖ ସଉରା ଗୀତିକବିତା ପାଠ କରିଥିଲେ ।

ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ପରିଚାଳନାରେ ଆୟୋଜିତ ଏହି ସମ୍ମେଳନର ପ୍ରାରମ୍ଭରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଏକ ଆଧ୍ୟାତ୍ମିକ ସଙ୍ଗୀତ ପରିବେଷଣ କରିଥିଲେ । ଏହା ସହ ପ୍ରତ୍ୟେକଟି ଅଧିବେଶନରେ ମଞ୍ଚାସୀନ ଅତିଥିମାନଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୃଷୀକେଶ ମଲ୍ଲିକ ଓ ସାହିତ୍ୟ ଅକାଦେମି ସଚିବ କେ. ଶ୍ରୀନିବାସରାଓ ଅଙ୍ଗବସ୍ତ୍ର ଓ ପୁସ୍ତକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ପରିଶେଷରେ ସାହିତ୍ୟ ଅକାଦେମି ଉପ ସଚିବ ଏନ୍‍. ସୁରେଶ ବାବୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.