ନୂଆଦିଲ୍ଲୀ: କାଇରୋରେ ଅନୁଷ୍ଠିତ ଆଇଏସଏସଏଫ ଶୁଟିଂ ବିଶ୍ୱକପରେ ଭାରତର ୧୯ ବର୍ଷୀୟ ସୌରଭ ଚୌଧୁରୀ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୧୦ ମିଟର ଏୟାର ପିସ୍ତଲ ଟାଇଟଲ ମୁକାବିଲାରେ ଜର୍ମାନୀର ମାଇକେଲ ଶେୱାଲ୍ଡଙ୍କୁ ପରାସ୍ତ କରିଥିଲେ । ଶେୱାଲ୍ଡ ରୌପ୍ୟ ପଦକ ହାସଲ କରିଥିବା ବେଳେ ରୁଷିଆର ଆର୍ଟେମ ଚେରନୌସଭଙ୍କୁ ବ୍ରୋଞ୍ଜ ପଦକ ମିଳିଥିଲା । ତେବେ ଆର୍ଟେମଙ୍କ ନାମ ପାଖରୁ ଦେଶ ଏବଂ ପତାକା ହଟା ଯାଇଥିଲା ।
ୟୁକ୍ରେନ ଉପରେ ରୁଷିଆର ବଳପୂର୍ବକ ଆକ୍ରମଣ ଯୋଗୁ ଏହି ନିଷ୍ପତି ଗ୍ରହଣ କରାଯାଇଛି । ଅର୍ଥନୈତିକ ଓ ରାଜନୈତିକ କଟକଣା ପରେ ଏବେ ବିଭିନ୍ନସ୍ତରରେ ରୁଷକୁ ଆନ୍ତର୍ଜାତୀୟ ସମୁଦାୟ ବୟକଟ କରିବା ଆରମ୍ଭ କରିଛନ୍ତି । ଆର୍ଟେମ ଇଭେଂଟ ପୂର୍ବରୁ ଯୁଦ୍ଧ ବନ୍ଦ କରିବା ପାଇଁ ଉଭୟ ଦେଶକୁ ଅନୁରୋଧ କରିଥିଲେ ।
Comments are closed.