Latest Odisha News

BREAKING NEWS

[ଭିଡିଓ] ଉଡନ୍ତା ହେଲିକପ୍ଟରରେ ଝୁଲନ୍ତା ଅବସ୍ଥାରେ ବିଶ୍ୱ ରେକର୍ଡ ସ୍ଥାପନ

ଭୁବନେଶ୍ୱର: ପ୍ରତିବର୍ଷ ଅନେକ ଲୋକ ଭିନ୍ନଭିନ୍ନ କାରନାମା ଜରିଆରେ ବିଶ୍ୱ ରେକର୍ଡ ସ୍ଥାପନ କରିବାରେ ନଜିର ରହିଛି । ସେଥିମଧ୍ୟରୁ କିଛି ଅଜବ, ତାଜୁବକର ଓ ରୋମାଂଚକ କିମ୍ବା ବିପଦପୂର୍ଣ୍ଣ ଘଟଣା ମଧ୍ୟ ସାମ୍ନାକୁ ଆସିଥାଏ । ଏହି ଧାରାରେ ଜଣେ ବ୍ୟକ୍ତି ଏକ ଉଡନ୍ତା ହେଲିକପ୍ଟରରେ କିଛି ଚକିତକର କାରନାମା ଦେଖାଇ ସାରା ବିଶ୍ୱରେ ଚର୍ଚ୍ଚିତ ହୋଇପାରିଛନ୍ତି ।

ଅର୍ମେନିଆର ରୋମନ୍ ସାରାଡିନ୍ ଏକ ଉଡନ୍ତା ହେଲିକ୍‌ପଟର୍‌ରେ ଝୁଲନ୍ତା ଅବସ୍ଥାରେ ପୁଲ୍‌-ଅପ୍ ମାରି ବିଶ୍ୱ ରେକର୍ଡ ସ୍ଥାପନ କରିପାରିଛନ୍ତି । ୨୩ଟି ପୁଲ୍‌-ଅପ୍ ମାରି ରୋମନ୍ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡସ୍‌ରେ ନିଜ ନାମ ପଂଜିକରଣ କରାଇପାରିଛନ୍ତି । ଏହାର ଭିଡିଓ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡସ୍‌ର ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ୍ ପେଜରେ ଦେଖାଯାଇପାରେ ।

ଭିଡିଓଟି ଭାଇରାଲ୍ ହୋଇଥିଲାବେଳେ ରୋମନ୍ ବେଶ ବିପଦପୂର୍ଣ୍ଣ ଢଙ୍ଗରେ ପୁଲ୍‌-ଅପ୍ କରିଥିଲେ । ଛୋଟବେଳୁ ଖେଳ ଓ ଆଥଲେଟିକ୍ସ ପ୍ରତି ରୁଚି ରଖିଥିବା ରୋମନ୍ ପୂର୍ବରୁ ମଧ୍ୟ ଜିମ୍ନାଷ୍ଟିକ୍ ମାମଲାରେ ନିଜ ନାଁରେ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି ।

Comments are closed, but trackbacks and pingbacks are open.