Latest Odisha News

BREAKING NEWS

ଆରାବଳି ବଞ୍ଚିଲେ ଦିଲ୍ଲୀ ବଞ୍ଚିବ; କାହିଁକି ଏଭଳି କହିଲେ ଅଖିଳେଶ ଯାଦବ

ନୂଆଦିଲ୍ଲୀ: ଆରାବଳି ବଞ୍ଚିଲେ ଦିଲ୍ଲୀ ବଞ୍ଚିବ। ସପା ଅଧ୍ୟକ୍ଷ ଅଖିଳେଶ ଯାଦବ ଆରାବଳି ପାହାଡ଼କୁ ରକ୍ଷା କରିବା ପାଇଁ ଦିଲ୍ଲୀବାସୀଙ୍କୁ ଏକ ବାର୍ତ୍ତା ପଠାଇ କହିଛନ୍ତି ଯେ, ଏହା ଏକ ବିକଳ୍ପ ନୁହେଁ ବରଂ ସଂକଳ୍ପ ହେବା ଉଚିତ।

ଯଦି ଆରାବଳି ପାହାଡ଼ ବଞ୍ଚି ରହିବ ତାହେଲେ ଦିଲ୍ଲୀ ସବୁଜମୟ ହୋଇରହିବ। ଏନେଇ ସେ ନିଜର X ରେ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଆରାବଳି ପାହାଡ଼ ଦ୍ଵାରା ଦିଲ୍ଲୀ ଏବଂ NCRକୁ ପ୍ରାକୃତିକ ଭାବରେ ସୁରକ୍ଷା ଯୋଗାଇ ଦିଆଯାଇପାରିବ। ତେବେ ଆରାବଳି ପାହାଡ଼ ଦିଲ୍ଲୀର ବାୟୁ ପ୍ରଦୂଷଣ ହ୍ରାସ କରିବା ସହ ବର୍ଷା ଏବଂ ଜଳ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ତାପମାତ୍ରାକୁ ନିୟନ୍ତ୍ରଣ ମଧ୍ୟ କରିଥାଏ ବୋଲି ସେ କହିଥିଲେ।

ବର୍ତ୍ତମାନ ପରିସ୍ଥିତିରେ ଏନସିଆରରେ ପ୍ରଦୂଷଣ ଯୋଗୁ ବୃଦ୍ଧ, ରୋଗୀ ଏବଂ ପିଲାମାନଙ୍କ ଉପରେ ସବୁଠାରୁ ଖରାପ ଏବଂ ବିପଜ୍ଜନକ ପ୍ରଭାବ ପଡିବା ସହ ଚିକିତ୍ସା ସେବା କ୍ଷେତ୍ରକୁ ମଧ୍ୟ ଗୁରୁତର ଭାବରେ ପ୍ରଭାବିତ କରୁଛି। ଯଦି ଏପରି ପରିସ୍ଥିତି ଜାରି ରହେ ତେବେ ଅର୍ଥନୈତିକ ବଜାରରେ ଦିଲ୍ଲୀ ତା’ର ଗୁରୁତ୍ୱ ହରାଇବ ବୋଲି ସେ କହିଛନ୍ତି। ତେଣୁ ସମସ୍ତେ ଏକାଠି ହୋଇ ଆରାବଳିକୁ ରକ୍ଷା କରିବାକୁ ସେ ଆହ୍ବାନ କରିଛନ୍ତି।

 

Leave A Reply

Your email address will not be published.