Latest Odisha News

୩ ଘଣ୍ଟା ପାଇଁ ବନ୍ଦ ରହିବ ଏସବିଆଇ ଡିଜିଟାଲ ସର୍ଭିସ୍

ନୂଆଦିଲ୍ଲୀ: ୩ ଘଣ୍ଟା ବନ୍ଦ ରହିବ ଏସବିଆଇର ଡିଜିଟାଲ ସର୍ଭିସ୍ ସେବା । ଚାଲିବନି ଫୋନ୍ ପେ, ଗୁଗୁଲ ପେ ଭଳି ଅନଲାଇନ ପେମେଣ୍ଟ । ଏନେଇ ଏସବିଆଇ ପକ୍ଷରୁ ଉପଭୋକ୍ତାଙ୍କ ନିମନ୍ତେ ସୂଚନା ଜାରି କରାଯାଇଛି । ଆଜି ଦିନ ୧ଟାରୁ ୪ଟା ଯାଏଁ ଏସବିଆଇ ଅନଲାଇନ ସର୍ଭିସ୍ କାମ କରିବ ନାହିଁ ।

ତେବେ ନିର୍ଦ୍ଧାରିତ ରକ୍ଷଣାବେକ୍ଷଣ କାର୍ଯ୍ୟକଳାପ ଯୋଗୁଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ଡିଜିଟାଲ୍ ସେବା, ଯେଉଁଥିରେ ଇଣ୍ଟରନେଟ୍ ବ୍ୟାଙ୍କିଂ, ୟୋନୋ ଆପ୍ ଏବଂ ୟୁପିଆଇ ଅନ୍ତର୍ଭୁକ୍ତ ରହିଛି । ୩ ଘଣ୍ଟାରୁ ଅଧିକ ସମୟ ପାଇଁ ଏହା ପ୍ରଭାବିତ ହେବା ନେଇ ସୂଚନା ରହିଛି ।

ଏନେଇ ଏସବିଆଇ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ଏସବିଆଇ ଏପରି ରକ୍ଷଣାବେକ୍ଷଣ କାର୍ଯ୍ୟକଳାପ ପରିଚାଳନା କରୁଛି ଯାହା ଏହାର ଡିଜିଟାଲ୍ ସେବାରେ ବାଧା ସୃଷ୍ଟି କରିବ । ଏହାଦ୍ବାରା ଭାରିମାତ୍ରାରେ ଇଣ୍ଟରନେଟ୍ ବ୍ୟାଙ୍କିଂ, ୟୋନୋ ଆପ, ୟୁପିଆଇ, ୟୋନୋ ଲାଇଟ୍, ଆଇଏନବି, ନେଟ୍ ବ୍ୟାଙ୍କିଂ ଦିନ ୧ଟାରୁ ୪ଟା ଯାଏଁ ସେବାରୁ ବଞ୍ଚିତ ରଖିବ ।

ତେଣୁ ଗ୍ରାହକ ମାନଙ୍କୁ ଏହି ସମୟରେ ନିରବଚ୍ଛିନ୍ନ ସେବା ପାଇଁ ୟୁପିଆଇ ଲାଇଟ୍ କିମ୍ବା ଏଟିଏମ୍ ସେବା ବ୍ୟବହାର କରିବା ଜାରି ରଖିପାରିବେ ବୋଲି ସୂଚାଇ ଦେଇଛି ଏସବିଆଇ । ସେବା ବ୍ୟାଘାତ ସମ୍ପର୍କରେ ଅଧିକ ସୂଚନା ଏବଂ ଅପଡେଟ୍ ପାଇଁ ଗ୍ରାହକମାନଙ୍କୁ ସରକାରୀ ଏସବିଆଇ ଚ୍ୟାନେଲଗୁଡ଼ିକ ମାଧ୍ୟମରେ ଅପଡେଟ୍ ରହିବାକୁ ପରାମର୍ଶ ଦିଆଯାଇଛି ।

ତେବେ ଏହା ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ୩ ଏପ୍ରିଲ୍, ୨୦୨୩ ରେ, ଏସବିଆଇ ଏକ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହେତୁ, ଏହାର ଅନଲାଇନ୍ ବ୍ୟାଙ୍କିଂ ସେବାଗୁଡ଼ିକୁ କିଛି ଘଣ୍ଟା ପାଇଁ ବନ୍ଦ କରିଥିଲା । ପରେ ବ୍ୟାଙ୍କ ଦ୍ବାରା ସମସ୍ୟାର ସମାଧାନ କରାଯାଇ ଡିଜିଟାଲ୍ ସେବାଗୁଡ଼ିକୁ ସ୍ବାଭାବିକ କରାଯାଇଥିଲା ।

ତେବେ ଯଦିଓ ଏସବିଆଇ ଅଫିସିଆଲି ଭାବେ ଦିନ ୧ଟାରୁ ୪ଟା ୟୁପିଆଇ ଚାଲିବନି ବୋଲି ସୂଚାଇ ଦେଇଛି, ତଥାପି ଆଜି ସକାଳୁ ବନ୍ଦ ପଡିଛି ୟୁପିଆଇ । ସକାଳୁ ହିଁ ଏହା ମାଧ୍ୟମରେ ଟଙ୍କା ନେଣଦେଣ କରିବାରେ ଗ୍ରାହକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।

Comments are closed.