Latest Odisha News

ଏସବିଆଇ ଗ୍ରାହକଙ୍କୁ ବଡ ଝଟକା, କାମ କରୁନି ଏସବିଆଇ ୟୁପିଆଇ ସର୍ଭିସ

ନୂଆଦିଲ୍ଲୀ: ଏସବିଆଇ ଗ୍ରାହକଙ୍କୁ ବଡ ଝଟକା । କାମ କରୁନି ଏସବିଆଇ ୟୁପିଆଇ ସର୍ଭିସ । ଷ୍ଟେଟ ବ୍ୟାଙ୍କର ବିଭିନ୍ନ ଡିଜିଟାଲ ସେବା ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାହକ । ଯାହା ଫଳରେ ବ୍ୟାଙ୍କର କୋଟି କୋଟି ଗ୍ରାହକ ଅନଲାଇନ ଟ୍ରାଞ୍ଜାକ୍ସନ କରି ପାରୁନାହାନ୍ତି । ଏ ନେଇ ବ୍ୟାଙ୍କ ତରଫରୁ ନିଜ ୱେବସାଇଟରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତିରେ ଏସବିଆଇ ଦ୍ଵାରା କୁହାଯାଇଥିଲା ଯେ, ଆଜି ମଧ୍ୟାହ୍ନ ୧୨.୨୦ ଅପରାହ୍ନ ୩.୨୦ ପର୍ଯ୍ୟନ୍ତ ଗ୍ରାହକ ମାନେ ଏହି ସମସ୍ୟାର ସମ୍ମୁଖିନ ହୋଇଛନ୍ତି । ତେବେ ୟୁପିଆଇ ସିଷ୍ଟମରେ ସାମାନ୍ୟ ସମସ୍ୟା ଦେଖା ଦେଇଥିବାରୁ ଟ୍ରାଞ୍ଜାକ୍ସନରେ ଅସୁବିଧା ହୋଇଛନ୍ତି । ଡିଜିଟାଲ ସେବା ମାଧ୍ୟମରେ କୌଣସି ପେମେଣ୍ଟ କରିବାରେ ସମସ୍ୟା ମଧ୍ୟ ଦେଖା ଦେଇଛି ।

ତେବେ ଆଜିଠୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋଇଛି । ତେଣୁ ଏହି ଅବସରରେ ବ୍ୟାଙ୍କର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍, ୟୋନୋ ଲାଇଟ୍, ୟୋନୋ ବିଜନେସ୍ ୱେବ୍ ଏବଂ ମୋବାଇଲ୍ ଆପ୍ ଏବଂ ୟୁପିଆଇ ସେବା ସେବା ବନ୍ଦ ରହିଥିଲା ।

Comments are closed.