Latest Odisha News

ପୁରୁଷ ଟି୨୦ରେ ସର୍ବନିମ୍ନ ସ୍କୋର କଲା ସିଡନୀ ଥଣ୍ଡର୍ସ

ସିଡନୀ: ସିଡନୀ ଥଣ୍ଡର୍ସ ପୁରୁଷ ଟି୨୦ କ୍ରିକେଟରେ ଏକ ଅଲୋଡା ରେକର୍ଡ କରିଛି । ବିଗବ୍ୟାଶ ଲିଗର ଏକ ମୁକାବିଲାରେ ସିଡନୀ ଟିମ ବିଶ୍ୱ କ୍ରିକେଟରେ ସର୍ବନିମ୍ନ ସ୍କୋର ୧୫ ରନ କରି ଅଲଆଉଟ ହୋଇଯାଇଛି । ପ୍ରଥମେ ବ୍ୟାଟିଂ କରି ଆଡିଲେଡ ଷ୍ଟାଇକର୍ସ ୧୪୦ ରନର ଟାର୍ଗେଟ ରଖିଥିଲା । କ୍ରିସ ଲେନ ୩୬ ଓ ଡି ଗ୍ରାଣ୍ଡହୋମ ୩୩ ରନର ଇଦିଂସ ଖେଳିଥିଲେ । ଏହାର ଜବାବରେ ସିଡନୀ ଟିମ ମାତ୍ର ୩୫ ବଲର ସମ୍ମୁଖୀନ ହୋଇ ଉପରୋକ୍ତ ସ୍କୋର କରିଥିଲା । ୫ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲିପାରି ନ ଥିବା ବେଳେ ଶେଷ ୫ଜଣ ମାତ୍ର ୪ ରନ କରିଥିଲେ । ଆଡିଲେଡ ପକ୍ଷରୁ ହେନେରୀ ଥର୍ଟନ ୫ଟି ଓ ବେସ ଅଗର ୪ଟି ୱିକେଟ ଅକ୍ତିଆର କରିଥିଲେ । ଚେକ ରିପବ୍ଲିକ ୨୦୧୯ରେ ତୁର୍କୀକୁ ୨୧ ରନରେ ଅଲଆଉଟ କରିଥିଲା ।

ବିଶ୍ୱ କ୍ରିକେଟର ଲୋକପ୍ରିୟ ଲିଗ ଆଇପିଏଲରେ ସର୍ବନିମ୍ନ ସ୍କୋରର ରେକର୍ଡ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନାମରେ ରହିଛି । କୋଲକାତା ନାଇଟ ରାଇଡର୍ସ ମାତ୍ର ୪୯ ରନରେ ବାଙ୍ଗାଲୋରକୁ ଅଲଆଉଟ କରି ଦେଇଥିଲା । ଅନ୍ୟ ପ୍ରମୁଖ ଲିଗ ମଧ୍ୟରେ ବିପିଏଲରେ ଖୁଲାନା ଟାଇଗର୍ସ ୪୪, ଭିଟାଲିଟିରେ ଗ୍ଲାମରଗନ ୪୪ରେ, ସିପିଏଲରେ ଟ୍ରିବାଗୋ ନାଇଟ ରାଇଡର୍ସ ୫୯ ରନରେ ଓ ଏଲପିଏଲରେ ଡମ୍ବୁଲା ଜଂଏଟସ ୬୯ ରନର ସର୍ବନିମ୍ନ ସ୍କୋର ରହିଛି ।

Leave A Reply

Your email address will not be published.