Latest Odisha News

ଏସବିଆଇରେ ସାଲେରୀ ଆକାଉଣ୍ଟ ଖୋଲିଲେ ଆପଣ ଏହି ସମସ୍ତ ଲାଭ ପାଇବେ..

ଭୁବନେଶ୍ବର:ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ଅନେକ ବିଶେଷ ସୁବିଧା ସହ ସାଲେରୀ ଆକାଉଣ୍ଟ ପ୍ରଦାନ କରେ। ଯଦି ଆପଣ ଏସବିଆଇ ରେ ଆପଣଙ୍କର ସାଲେରୀ ଆକାଉଣ୍ଟ ଖୋଲନ୍ତି, ତେବେ ଆପଣ ଅନେକ ପ୍ରକାରର ସୁବିଧା ଏବଂ ଲାଭ ପାଇପାରିବେ । ଏହି ସାଲେରୀ ଆକାଉଣ୍ଟ ବିଶେଷ ଭାବରେ କେନ୍ଦ୍ର ସରକାର, ରାଜ୍ୟ ସରକାର, ପ୍ରତିରକ୍ଷା ବଳ, ପାରାମିଲିଟାରୀ ଫୋର୍ସ, ପୋଲିସ୍ ଫୋର୍ସ, କର୍ପୋରେଟ୍ / ଅନୁଷ୍ଠାନ ଇତ୍ୟାଦି ପାଇଁ ଉପଲବ୍ଧ ରହିଛି । ଏଥିରେ ଉନ୍ନତ ତଥା ନିରାପଦ ନେଟ ବ୍ୟାଙ୍କିଙ୍ଗ ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ସେବାର ଏକ୍ସସେସ୍ ମିଳିଥାଏ ।

ଏସବିଆଇର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ଏସବିଆଇର ସାଲେରୀ ଆକାଉଣ୍ଟ ଏକ ଜିରୋ ବାଲାନ୍ସ ଆକାଉଣ୍ଟ ଅଟେ । ଭାରତର କୌଣସି ବ୍ୟାଙ୍କର ଏଟିଏମରୁ ଅସୀମିତ କାରବାର ସଂପୂର୍ଣ୍ଣ ମାଗଣା ରହିଛି । ଏହି ଆକାଉଣ୍ଟଧାରୀଙ୍କୁ ୪୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ବ୍ୟକ୍ତିଗତ ଦୁର୍ଘଟଣା ବୀମା (ମୃତ୍ୟୁ) କଭର ମିଳିଥାଏ । ଏହା ସହିତ ମାଗଣା ବିମାନ ଦୁର୍ଘଟଣା ବୀମା (ମୃତ୍ୟୁ) ଏକ କୋଟି ଟଙ୍କା ପର୍ଯ୍ୟନ୍ତ କଭର ମଧ୍ୟ ଉପଲବ୍ଧ ରହିଛି । ଏହା ବ୍ୟତୀତ ଆପଣ ଆକର୍ଷଣୀୟ ହାରରେ ବ୍ୟକ୍ତିଗତ ଲୋନ୍, ଘର ଋଣ, କାର ଋଣ ଏବଂ ଏଜୁକେସନ ଲୋନର ଲାଭ ମଧ୍ୟ ପାଇପାରିବେ ।

ଏସବିଆଇ ସାଲେରୀ ଆକାଉଣ୍ଟଧାରୀମାନେ ବାର୍ଷିକ ଲକର ଭଡା ଉପରେ ୫୦% ରିହାତି ପାଇଥାନ୍ତି । ଇ-ଏମଓଡି (ମଲ୍ଟି ଅପ୍ସନ୍ ଡିପୋଜିଟ୍) ଏବଂ ଅଧିକ ସୁଧ ଅର୍ଜନ କରିବାକୁ ଆପଣ ଅଟୋ-ସ୍ୱାଇପ୍ ର ଲାଭ ଉଠାଇ ପାରିବେ । ଏହା ସହିତ ଅନ୍-ବୋର୍ଡିଂ ସମୟରେ ଡେମାଟ୍ ଏବଂ ଅନ୍ଲାଇନ୍ ଟ୍ରେଡିଂ ଆକାଉଣ୍ଟର ଲାଭ ମିଳିପାରିବ । ଏଥିସହ ଆପଣ ମାଗଣାରେ ଡ୍ରାଫ୍ଟ, ମଲ୍ଟି ସିଟି ଚେକ୍,ଏସଏମଏସ ଆଲର୍ଟ ଜାରି ରଖିପାରିବେ । ଆପଣ ମାଗଣାରେ NEFT / RTGS ମାଧ୍ୟମରେ ଅନଲାଇନରେ ଫଣ୍ଡ ସ୍ଥାନାନ୍ତର କରିପାରିବେ । ଲୟଲ୍ଟି ପ୍ରୋଗ୍ରାମ ଏସବିଆଇ ରିଓ୍ବର୍ଡ ମାଧ୍ୟମରେ କରାଯାଇଥିବା ବିଭିନ୍ନ କାରବାର ଉପରେ ପଏଣ୍ଟ ଅର୍ଜନ କରିପାରିବେ । ଡେବିଟ୍ କାର୍ଡ ଏବଂ YONO ଆପରେ ଆପଣ ଏସବିଆଇ ଦ୍ୱାରା ନିୟମିତ ଅଫରର ଲାଭ ଉଠାଇ ପାରିବେ ।

ଯଦି କ୍ରମାଗତଭାବରେ ତିନିମାସରୁ ଅଧିକ ସମୟ ପାଇଁ ଆପଣଙ୍କର ସାଲେରୀ ଆକାଉଣ୍ଟରେ ମାସିକ ଦରମା କ୍ରେଡିଟ୍ କରାଯାଏ ନାହିଁ, ତେବେ ଆକାଉଣ୍ଟକୁ ସାମାନ୍ୟ ସଞ୍ଚୟ ଆକାଉଣ୍ଟରେ ପରିଣତ କରାଯିବ ଏବଂ ସାଲେରୀ ପ୍ୟାକେଜ୍ ଅନୁଯାୟୀ ପ୍ରଦାନ କରାଯାଇଥିବା ସମସ୍ତ ସୁବିଧା ଆଉ ମିଳିବ ନାହିଁ ।

Leave A Reply

Your email address will not be published.