Latest Odisha News

BREAKING NEWS

SBI ଆକାଉଣ୍ଟ ଧାରକଙ୍କୁ ବଡ଼ ଝଟକା, ବାରମ୍ବାର ଜମା ଖାତାରୁ ଟଙ୍କା ଉଠାଇଲେ ପଡ଼ିବ ଅଲଗା ଦେୟ, ଜାଣନ୍ତୁ କଣ ରହିଛି ନୂଆ ନିୟମ

ନୂଆଦିଲ୍ଲୀ: ଅକ୍ଟୋବର ମାସରେ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ନଗଦ ଟଙ୍କା ଉତ୍ତୋଳନ (cash withdrawal) ନିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କାର୍ଯ୍ୟକାରୀ କରିବାକୁ ଯାଉଛି। ଭାରତର ସର୍ବବୃହତ ସାର୍ବଜନୀନ କ୍ଷେତ୍ର ଏବଂ ବାଣିଜ୍ୟିକ ବ୍ୟାଙ୍କ ଶାଖା ଚ୍ୟାନେଲ ମାଧ୍ୟମରେ ଖୋଲାଯାଇଥିବା ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟ ଧାରଣ କରୁଥିବା ଗ୍ରାହକମାନଙ୍କ ପାଇଁ ନଗଦ ଉଠାଣ ଚାର୍ଜକୁ ସଂଶୋଧନ କରିଛି।

BSBD ଆକାଉଣ୍ଟ ହେଉଛି ଏକ ମୌଳିକ ବ୍ୟାଙ୍କ ଆକାଉଣ୍ଟ ଯାହା ଗ୍ରାହକମାନଙ୍କୁ ସର୍ବନିମ୍ନ ବାଲାନ୍ସ ବଜାୟ ରଖିବାର ଆବଶ୍ୟକତା ବିନା ଅତ୍ୟାବଶ୍ୟକ ବ୍ୟାଙ୍କିଂ ସୁବିଧା ପ୍ରଦାନ କରେ। ଅକ୍ଟୋବର ୧, ୨୦୨୬ରୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଏହାର ବେସିକ୍ ସେଭିଂସ୍ ବ୍ୟାଙ୍କ ଡିପୋଜିଟ୍ (BSBD) ଖାତାଧାରୀମାନଙ୍କ ପାଇଁ ନଗଦ ଟଙ୍କା ଉତ୍ତୋଳନ (cash withdrawal) ନିୟମ ଏବଂ ଚାର୍ଜରେ ପରିବର୍ତ୍ତନ କରିବାକୁ ଘୋଷଣା କରିଛି। ମାସକୁ ମାଗଣା ୪ଟି ଟ୍ରାଞ୍ଜେକ୍ସନ୍ ସୀମା ବଳବତ୍ତର ରହିବ, କିନ୍ତୁ ଏହାକୁ ଗଣନା କରିବାର ପଦ୍ଧତି ଏବଂ ଅଧିକ ଉତ୍ତୋଳନ ପାଇଁ ଶୁଳ୍ପ ଲାଗୁ ହେବ।

ଅର୍ଥାତ୍ ମାସକୁ ପ୍ରଥମ ୪ଟି ନଗଦ ଉତ୍ତୋଳନ (ବ୍ରାଞ୍ଚ ଓ ଏଟିଏମ ଜରିଆରେ) ସମ୍ପୂର୍ଣ୍ଣ ମାଗଣା ରହିବ। ମାସରେ ୪ଟି ମାଗଣା ଉତ୍ତୋଳନ ସୀମା ଅତିକ୍ରମ ହେଲେ ପରବର୍ତ୍ତୀ ପ୍ରତ୍ୟେକ ନଗଦ ଉତ୍ତୋଳନ ପାଇଁ ୧୫ ଟଙ୍କା ଏବଂ ଏଥିସହ ଜିଏସ୍ଟି (GST) ଶୁଳ୍କ ଦେବାକୁ ପଡ଼ିବ। ଅରର୍ଥାତ୍ ଯଦି ଜଣେ ଗ୍ରାହକ ଗୋଟିଏ ମାସରେ ପାଞ୍ଚ ଥର ନଗଦ ଉଠାଣ କରନ୍ତି, ତେବେ ପ୍ରଥମ ଚାରି ଥର ପାଇଁ କୌଣସି ଶୁଳ୍କ ଲାଗୁ ହେବ ନାହିଁ। କିନ୍ତୁ ସେ ସେହି ମାସରେ ପଞ୍ଚମ ଥର ପାଇଁ ନଗଦ ଉଠାଣ କରନ୍ତି, ତାଙ୍କ ଆକାଉଣ୍ଟରୁ ୧୫ ଟଙ୍କା ଏବଂ GST ଶୁଳ୍କ କାଟି ନିଆଯିବ।

ବର୍ତ୍ତମାନ ଡିଜିଟାଲ୍ ତଥା ଆଧାର-ଆଧାରିତ ପେମେଣ୍ଟ ସିଷ୍ଟମ (AePS) ଜରିଆରେ ହେଉଥିବା ଟ୍ରାଞ୍ଜେକ୍ସନ୍ ଗୁଡ଼ିକୁ ମଧ୍ୟ ମାସିକ ମାଗଣା ସୀମା ଭିତରେ ଗଣନା କରାଯିବ। ସମସ୍ତ ଶୁଦ୍ଧ ଡିଜିଟାଲ୍ କାରବାର ପୂର୍ବଭଳି ସମ୍ପୂର୍ଣ୍ଣ ମାଗଣା ଏବଂ ପ୍ରତିବନ୍ଧକମୁକ୍ତ ରହିବ। ଏହା ସେହି ଗ୍ରାହକମାନଙ୍କୁ ପ୍ରଭାବିତ କରିବ ଯେଉଁମାନେ ଚେକ୍, ଉଠାଣ ସ୍ଲିପ୍ କିମ୍ବା ATM ମାଧ୍ୟମରେ ସେମାନଙ୍କର BSBD ଆକାଉଣ୍ଟରୁ ବାରମ୍ବାର ନଗଦ ଉଠାନ୍ତି। ଏହି ନୂତନ ନିୟମ କେବଳ BSBD (Basic Savings Bank Deposit) ଖାତାଧାରୀମାନଙ୍କ ପାଇଁ ଲାଗୁ ହେବ, ଯାହାକୁ ସାଧାରଣତଃ ‘ଜିରୋ ବାଲାନ୍ସ’ ଆକାଉଣ୍ଟ କୁହାଯାଏ। ସାଧାରଣ ସେଭିଂସ୍ ଆକାଉଣ୍ଟ ପାଇଁ ଏହା ପ୍ରଯୋଜ୍ୟ ନୁହେଁ।

Leave A Reply

Your email address will not be published.