Latest Odisha News

BREAKING NEWS

ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି; ଦୁର୍ନୀତି ଅଭିଯୋଗ ନଥିବା ପଶ୍ଚିମବଙ୍ଗ ଶିକ୍ଷକମାନେ ପଢାଇପାରିବେ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଶିକ୍ଷକ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ ତରଫରୁ ଶିକ୍ଷକ ମାନଙ୍କୁ ଆଶ୍ୱସ୍ତି ମିଳିଛି।

ସୁପ୍ରିମକୋର୍ଟ କହିଛନ୍ତି ଯେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଉଥିବା ଯେଉଁ ଶିକ୍ଷକମାନଙ୍କ ନାମରେ କୌଣସି ଅଭିଯୋଗ ନାହିଁ, ସେମାନେ ପରବର୍ତ୍ତୀ ନିଯୁକ୍ତି ପର୍ଯ୍ୟନ୍ତ ପଢାଇବା ଜାରି ରଖିପାରିବେ। ଏହି ପରିପ୍ରେକ୍ଷୀରେ କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ଶିକ୍ଷକମାନଙ୍କର ନିଯୁକ୍ତି ବାତିଲ କରାଯାଇଛି। ଯେଉଁମାନେ ଦୁର୍ନୀତିରେ ଜଡିତ ନାହାନ୍ତି  ସେମାନେ ନୂତନ ଚୟନ ପ୍ରକ୍ରିୟା ପର୍ଯ୍ୟନ୍ତ ଶିକ୍ଷାଦାନ ଜାରି ରଖିପାରିବେ। ତେବେ ପିଲାମାନଙ୍କ ଶିକ୍ଷାରେ ବାଧପ୍ରାପ୍ତ ନ ହେବା ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି କୋର୍ଟ।

ସିଜେଆଇ ସଞ୍ଜିବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଏକ ଆବେଦନର ଶୁଣାଣିରେ ଗଠିତ ଖଣ୍ଡପୀଠ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ ଅଧୀନରେ ଶିକ୍ଷକଙ୍କ ନୂତନ ନିଯୁକ୍ତି ପ୍ରକ୍ରିୟା କୁ ମେ ୩୧ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୋର୍ଟଙ୍କ ନିର୍ଦ୍ଦେଶ ଗ୍ରୁପ୍ ସି ଏବଂ ଡି କର୍ମଚାରୀଙ୍କ ପାଇଁ କାର୍ଯ୍ୟକାରୀ ହେବ ନାହିଁ କାରଣ ଏଥିରେ ଅଧିକାଂଶ ଶିକ୍ଷକ ଦୁର୍ନୀତିରେ ସାମିଲ ଅଛନ୍ତି। ଏପ୍ରିଲ ୩ ରେ ସୁପ୍ରିମକୋର୍ଟ କଲିକତା ହାଇକୋର୍ଟର ନିଷ୍ପତ୍ତିକୁ ବଜାୟ ରଖି ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ ଅଧୀନରେ ନିଯୁକ୍ତି ପାଇଥିବା ପ୍ରାୟ ୨୫ ହଜାରରୁ ଅଧିକ ଶିକ୍ଷକଙ୍କ ନିଯୁକ୍ତିକୁ ରଦ୍ଦ କରିଦେଇଥିଲେ।

ତେବେ ମୁଖ୍ୟ ବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ନୂତନ ନିଯୁକ୍ତିରେ ନିରପେକ୍ଷତା ଏବଂ ପାରଦର୍ଶିତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଖଣ୍ଡପୀଠ କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ନିଯୁକ୍ତି ପ୍ରକ୍ରିୟାର କୌଣସି ପ୍ରକାରର ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ଓ ସଚ୍ଚୋଟତାର ସହ ଶିକ୍ଷା କ୍ଷେତ୍ରରେ ସମସ୍ତ ପ୍ରକାରର ଚୟନ କରାଯିବ।

Comments are closed.