Latest Odisha News

BREAKING NEWS

ଲଖିମପୁର ଖେରି ହିଂସା ମାମଲା : ଯୋଗୀ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ମାମଲାରେ ଗିରଫ ହୋଇଛନ୍ତି ୨ ଅଭିଯୁକ୍ତ । ଘଟଣା ସଂପୃକ୍ତ ଥିବା ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନେ ହେଲେ ଲବକୁଶ ରାଣା ଓ ଆଶିଷ ପାଣ୍ଡେ । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏମାନେ ସମସ୍ତେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଘନିଷ୍ଠ ସହଯୋଗୀ ବୋଲି ଜଣାପଡିଛି । ଅନ୍ୟପଟେ ଏହି ଘଟଣାରେ ଯୋଗୀ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ । ଅଭିଯୁକ୍ତ କିଏ, ବର୍ତ୍ତମାନ ସୁଦ୍ଧା କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ସମ୍ପର୍କରେ ସବିଶେଷ ତଥ୍ୟ ଦେବା ଲାଗି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜଣିକିଆ କମିଶନଙ୍କ ନେତୃତ୍ବରେ ଏହି ଘଟଣାର ତଦନ୍ତ ଚାଲିଛି ବୋଲି କୋର୍ଟରେ ଉତ୍ତର ରଖିଛନ୍ତି ୟୁପି ସରକାର । ଆସନ୍ତାକାଲି ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ମାମଲାରେ ଅଦାଲତ କହିଛନ୍ତି, କୋର୍ଟ ନିଜ ଆଡୁ ମାମଲା ଦାଏର କରିନାହାନ୍ତି ବରଂ ଏହା ଏକ ଜନସ୍ବାର୍ଥ ମାମଲା । ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମଣା, ବିଚାରପତି ସୂର୍ଯ୍ୟକାନ୍ତ ଓ ହୀମା କୋହଲିଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ରବିବାର ଘଟିଥିବା ହିଂସାରେ ୪ କୃଷକଙ୍କ ସହିତ ମୋଟ ୯ ଜଣଙ୍କ ମୃତ୍ୟୁ ହୋଇଥିଲା । କୃଷକ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରୁଥିବା କୃଷକଙ୍କ ଉପରେ ଗାଡି ଚଢାଇ ହତ୍ୟା କରିଛନ୍ତି । କିନ୍ତୁ ମନ୍ତ୍ରୀ ଓ ତାଙ୍କ ପୁଅ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

Leave A Reply

Your email address will not be published.