Latest Odisha News

BREAKING NEWS

ଦୋକାନ ପଛପାଖ କାନ୍ଥ ତାଡ଼ି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍

ଜଗତପୁର: ସୁନା ଦୋକାନରେ କଳାକନା ବୁଲାଇ ଦେଲେ ଲୁଟେରା । ଦୋକାନ ପଛପାଖ କାନ୍ଥ ତାଡି ନେଇଗଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା । କଟକ ଜଗତପୁର ସ୍ଥିତ ଆଇବି ରୋଡରେ ଥିବା ସୁନାଗହଣା ଦୋକାନରୁ ଏହି ଲୁଟ୍ ହୋଇଛି ।

ଅଭିଯୋଗ ଅନୁସାରେ ଲୁଟେରା ୬୦ଭରି ସୁନା, ୩୫ କେଜି ରୁପା ଓ ନଗଦ ୬୦ ହଜାର ଟଙ୍କା ଧରି ଚମ୍ପଟ ମାରିଛନ୍ତି । ପ୍ରମାଣ ନଷ୍ଟ କରିବାକୁ ଯାଇ ଦୁର୍ବୃତ୍ତ ଦୋକାନରେ ଲାଗିଥିବା ସିସିଟିଭିର ହାର୍ଡଡିସ୍କ ସାଙ୍ଗରେ ନେଇ ଯାଇଛନ୍ତି । ଅଭିଯୋଗ ପରେ ତନାଘନା ତଦନ୍ତ ଚଳାଇଛି ପୋଲିସ ।

Leave A Reply

Your email address will not be published.