Latest Odisha News

ଘରେ ପଶିଲେ ଦୁର୍ବୃତ୍ତ, ମଥାରେ ଦେଇଦେଲେ ସିନ୍ଦୁର

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗୋରଖପୁରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଦୁର୍ବୃତ୍ତ ଖଜନୀ ଅଞ୍ଚଳରେ ଏକ ଘରେ ପଶି ଜଣେ ଯୁବତୀଙ୍କ ମଥରା ଦେଇଦେଲା ସିନ୍ଦୁର। ଏହାପରେ ସେ ଯୁବତୀଙ୍କ ସହ ଦୁଷ୍କର୍ମ କରିବାକୁ ମଧ୍ୟ ଚେଷ୍ଟା କଲା। ଯୁବତୀ ଜଣଙ୍କ ପ୍ରତିବାଦ କରିବାରୁ ଦୁର୍ବୃତ୍ତ ଯୁବତୀଙ୍କ ପରିବାର ଲୋକଙ୍କୁ ହତ୍ୟା କରିବ ବୋଲି ଧମକ ଦେଇ ସେଠାରୁ ଫେରାର ହୋଇଗଲା।

ସୂଚନା ଅନୁଯାୟୀ, ରବିବାର ରାତିରେ ଜୈନିକ ଯୁବକ ଯୁବତୀଙ୍କ ଘରେ ପ୍ରବେଶ କରିଥିଲା। ପ୍ରଥମେ ସେ ତାଙ୍କ ସହ ଦୁର୍ବ୍ୟବହାର କରିଥିଲା। ଯେତେବେଳେ ସେ ପ୍ରତିବାଦ କଲେ, ସେ ତାଙ୍କ ବେକରେ ଏକ ଛୁରୀ ଲଗାଇ ତାଙ୍କ ମଥାରେ ସିନ୍ଦୁର ଲଗାଦେଲା। ତା’ପରେ ଦୁର୍ବୃତ୍ତ ଧମକ ଦେଇ କହିଲା ଯଦି ଯବତୀ ଅନ୍ୟ କାହାକୁ ବିବାହ କରନ୍ତି, ତେବେ ସେ ସମଗ୍ର ପରିବାରକୁ ହତ୍ୟା କରିଦେବ।

ଭୟଭୀତ ଯୁବତୀଟି ସୋମବାର ଖଜନି ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଖଜନୀ ଅଞ୍ଚଳର ଜଣେ ୨୨ ବର୍ଷୀୟା ଝିଅ ବି.ଏସ୍.ସି. ସମାପ୍ତ କରିବା ପରେ ସିଭିଲ ସର୍ଭିସେସ୍ ପାଇଁ ପ୍ରସ୍ତୁତି କରୁଛନ୍ତି। ସେ ପୋଲିସକୁ କହିଥିଲେ ଯେ ରବିବାର ପଟ୍ଟିଦାରୀରେ ଏକ ବିବାହ ଥିଲା। ସମ୍ପୂର୍ଣ୍ଣ ପରିବାର ଏଥିରେ ଯୋଗଦେବାକୁ ଯାଇଥିଲେ। ସେ ଘରେ ଏକା ପାଠ ପଢ଼ୁଥିଲେ। ରାତିରେ, ଗାଁ ପାଖରୁ ଜଣେ ଯୁବକ ତାଙ୍କ ଘରେ ପଶି ଏପରି କାରନାମା କରିଥିବା ଥାନାରେ ଅଭିଯୋଗ କରିଛନ୍ତି ପୀଡିତା।

 

Comments are closed.