Latest Odisha News

BREAKING NEWS

ପାଇଖାନା ଟାଙ୍କି ସଫାବେଳେ ମୃତ୍ୟୁ ଘଟିଲେ ମୃତକଙ୍କ ପରିବାରକୁ ସରକାର ଦେବେ ୩୦ ଲକ୍ଷ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ:ପାଇଖାନା ଟାଙ୍କି ବା ନର୍ଦ୍ଦମା ସଫା କଲାବେଳେ ଅଣନିଃଶ୍ୱାସୀ ହୋଇ ଅନେକ ଲୋକଙ୍କର ମୃତ୍ୟୁ ହେଉଥିବା ନଜିର ରହିଛି । ଏହି ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମ କୋର୍ଟ । ଏ ନେଇ ସରକାରଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ପାଇଖାନା ଟାଙ୍କି ସଫା ବେଳେ ମୃତ୍ୟୁ ହେଲେ ମୃତକଙ୍କ ପରିବାରକୁ ୩୦ ଲକ୍ଷ  ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଏ ସଂକ୍ରାନ୍ତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମ କୋର୍ଟ କହିଛନ୍ତି, ଦେଶର ନର୍ଦ୍ଦମା, ସୁଡଙ୍ଗ ଏବଂ  ପାଇଖାନା ଟାଙ୍କି ସଫା କରିବା ବେଳେ ଅନେକ ଲୋକଙ୍କର ମୃତ୍ୟୁ ହେଉଛି । ସେମାନଙ୍କ ପରିବାରକୁ ସରକାର ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବେ ।

ଜଷ୍ଟିସ ଏସ ରବୀନ୍ଦ୍ର ଭଟ୍ଟ ଏବଂ ଜଷ୍ଟିସ ଅରବିନ୍ଦ କୁମାରଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି, ସହ ନର୍ଦ୍ଦମା ଏବଂ ପାଇଖାନା ଟାଙ୍କି ସଫା ସମୟରେ ଯଦି ଜଣେ ବ୍ୟକ୍ତି ସଂପୂର୍ଣ୍ଣ ଭାବେ ବିକଳାଙ୍ଗ ହୋଇଯାଆନ୍ତି ତେବେ ତାଙ୍କୁ ଅତି କମ୍ରେ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ ଏବଂ ମୃତ୍ୟୁ ଘଟିଲେ ୩୦ ଲକ୍ଷ ମିଳିବ । ଯଦି କୌଣସି ସଫେଇ କର୍ମଚାରୀ ପାଇଖାନା ଟଙ୍କା ସଫା କଲାବେଳେ ବିକଳାଙ୍ଗ ହୋଇ ଯାଆନ୍ତି ତେବେ କର୍ତ୍ତୃପକ୍ଷ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବେ । ଖଣ୍ଡପୀଠ ଏ ନେଇ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।

କୋର୍ଟ କହିଛନ୍ତି, ହାତରେ ମଇଳା ସଫା ଭଳି କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ଉଚିତ । ଉଭୟ କେନ୍ଦ୍ର ଓ ରାଜ୍ୟ ସରାକର ଏହି କାର୍ଯ୍ୟକୁ ନିଶ୍ଚିତ କରିବା ଉଚିତ ।

ସୂଚନାଥାଉ କି, ଗତ ୫ ବର୍ଷ ଭିତରେ ଟାଙ୍କି ଓ ନର୍ଦ୍ଦମା ସଫା  ସମୟରେ ୩୪୭ ଲୋକଙ୍କ ମୃତ୍ୟୁ ହୋଇଛି । ଉତରପ୍ରଦେଶ, ତାମିଲନାଡ଼ୁ ଏବଂ ଦିଲ୍ଲୀରେ ସର୍ବାଧିକ ୪୦ ପ୍ରତିଶତ ଲୋକଙ୍କର ମୃତ୍ୟୁ ହୋଇଛି । ୨୦୨୨ ଜୁଲାଇରେ ସରକାର ଳୋକସଭାରେ ରଖିଥିବା ତଥ୍ୟରୁ ଏହା ଜଣାପଡ଼ିଛି ।

Leave A Reply

Your email address will not be published.