Latest Odisha News

BREAKING NEWS

ନବଦୁର୍ଗା: ମା’ କାଳରାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମହାମାୟା

ଓଡିଶା ସମ୍ବାଦ ପକ୍ଷରୁ ସ୍ଵତନ୍ତ୍ର ଉପସ୍ଥାପନା "ନବଦୁର୍ଗା"

ଭୁବନେଶ୍ଵର: ଅପେକ୍ଷାର ଅନ୍ତ ଘଟିଛି । ଧରାବତରଣ କରିଛନ୍ତି ଦଶଭୁଜା ମା’ ଦୁର୍ଗା । ଆଧ୍ୟାତ୍ମିକତାର ମହକରେ ମହକୁଛି ପରିବେଶ । ଚାରିଆଡ଼େ ପାର୍ବଣର ପୁଲକ। ଆଜି ଶକ୍ତିପୀଠରେ ଅଷ୍ଟମୀ ପୂଜା କରାଯାଉଥିବା ବେଳେ ମଣ୍ଡପରେ ଆଜି ସପ୍ତମୀ ପୂଜା କରାଯାଉଛି । ପୂଜକ ବେଳଗଛ ମୂଳେ ପୂଜା କରିବା ପରେ ମାଆଙ୍କୁ ମଣ୍ଡପକୁ ଆବାହନ କରିଛନ୍ତି ।

କାଳରାତ୍ରୀ

ଆଜି ନବରାତ୍ରୀର ସପ୍ତମୀ ତିଥି । ଯାହାକୁ ମହାସପ୍ତମୀ ବୋଲି କୁହାଯାଏ । ଆଜିର ଦିନରେ ମା ଦୁର୍ଗାଙ୍କ ସପ୍ତମ ସ୍ୱରୂପ କାଳରାତ୍ରୀଙ୍କୁ ପୂଜା କରିବାର ବିଧି ରହିଛି । ପାରମ୍ପରିକ ରୀତିନୀତି ଅନୁଯାୟୀ ବିଭିନ୍ନ ପୂଜା ମଣ୍ଡପରେ ଗତକାଲି ବିଳମ୍ବିତ ରାତିରେ ମା’ଙ୍କ ଷଷ୍ଠୀ ପୂଜା କରାଯାଇଥିଲା । ଢୋଲ ମୃଦଙ୍ଗର ବାଦ୍ୟରେ ସାରା ରାଜ୍ୟର ଦେବୀ ପୀଠ ସହ ସମସ୍ତ ପୂଜା ମଣ୍ଡପ ଉଠୁଛି ପଡୁଛି । ଯେଉଁ ଭକ୍ତ ବିଧି ବିଧାନର ସହ ମା କାଳରାତ୍ରୀଙ୍କ ପୂଜାର୍ଚ୍ଚନା କରିବେ ତାଙ୍କର ସମସ୍ତ କଷ୍ଟ ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଛି ।

ଏହା ମଧ୍ୟ ପଢନ୍ତୁ

https://odishasambad.in/maa-katyayani-is-worshipped-on-day-6-of-shardiya-navratri/

ଦେବୀଙ୍କ ସପ୍ତମ ରୂପ ହେଉଛି କାଳରାତ୍ରି ରୂପ । କାମ, କ୍ରୋଧ,ଶତୃଙ୍କୁ ବିନାଶ କରିଥିବାରୁ ମା’ଙ୍କୁ କାଳରାତ୍ରୀ ବୋଲି କୁହାଯାଏ । ମା’ଙ୍କ ରଙ୍ଗ ସମ୍ପୂର୍ଣ୍ଣ କଳା ଏବଂ ସମସ୍ତ କଳା ରଙ୍ଗର ବସ୍ତ୍ର ଓ ଅଳଙ୍କାର ମାନ ଧାରଣ କରିଥାନ୍ତି । ମା’ କେଶ ମୁକୁଳା କରି ହସ୍ତରେ ଖଡ୍ଗ ଧରି ଗଧ ଉପରେ ବସି ବିରାଜମାନ କରିଥାନ୍ତି ।

ଏହାସହିତ ମା’ଙ୍କର ତିନୋଟି ନେତ୍ର ରହିଛି । ମା’ଙ୍କର ଏହି ରୂପ ଖୁବ୍ ଭୟଙ୍କର । ବିଶେଷ କରି ତାନ୍ତ୍ରିକ ଶକ୍ତି ପାଇଁ ମା’ଙ୍କ ପୂଜା କରାଯାଏ । ମା’ଙ୍କ ଏହି ରୂପକୁ ଦର୍ଶନ କରିବା ଦ୍ୱାରା ପାପରୁ ମୁକ୍ତି ମିଳିବା ସହ ଶତୃ ବିନାଶ ହୋଇଥାଏ । ଏହାସହିତ ଭକ୍ତଙ୍କର ସମସ୍ତ ମନସ୍କାମନା ପୂରଣ ହେବା ସହ ସିଦ୍ଧି ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

Leave A Reply

Your email address will not be published.