Latest Odisha News

ଅନୁଭବ-ବର୍ଷା ବିବାଦ ମାମଲା: ଆପୋଷ ବୁଝାମଣା ପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ମାମଲାର ଶୁଣାଣି ହୋଇଛି । ଅନୁଭବ ମହାନ୍ତି କରିଥିବା ଛାତପତ୍ର ମାମଲାକୁ କଟକ ଟ୍ରାନ୍ସଫର କରିବା ନେଇ ବର୍ଷାଙ୍କ ପିଟିସନର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ ।

ପଟିଆଲା ହାଉସକୋର୍ଟରେ ସାଂସଦ ଅନୁଭବ ମହାନ୍ତି କରିଥିବା ଛାଡପତ୍ର ମାମଲା ଉପରେ ସ୍ଥଗିତାଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାସହ ଉଭୟ ପକ୍ଷଙ୍କୁ ଆପୋଷ ବୁଝାମଣା କରିବାକୁ ପରାମର୍ଶ ଦେଇଛନ୍ତି ।

ଏଥିପାଇଁ ଉଭୟ ପକ୍ଷ ଓକିଲଙ୍କୁ ନୋଟିସ୍ ଦିଆଯାଇଛି । ସୁପ୍ରିମକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବେ ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀ ।

Leave A Reply

Your email address will not be published.