Latest Odisha News

BREAKING NEWS

କରୋନାରେ ଆଖି ବୁଜିଲେ ବିହାର ସରକାରରେ ଜଣେ ମନ୍ତ୍ରୀ

ପାଟନା: କରୋନାରେ ଆଖି ବୁଜିଲେ ବିହାର ସରକାରଙ୍କ ଜଣେ ମନ୍ତ୍ରୀ । ଜେଡିୟୁର ବରିଷ୍ଠ ନେତା ତଥା ପଞ୍ଜାୟତିରାଜ ମନ୍ତ୍ରୀ କପିଲ ଦେଓ କାମତ ଆଜି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା ।

BjdElectrycity

ଗତ କିଛି ଦିନ ତଳେ କପିଲ ଦେଓ କାମତ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାପରେ ପାଟନା ସ୍ଥିତ ଏମସରେ ତାଙ୍କର ଚିକିତ୍ସା ଚାଲିଥିଲା । ତାଙ୍କ ବିୟୋଗରେ ବିହାର ରାଜନୀତିରେ ଶୋକର ଛାୟା ।

କପିଲ ଦେଓ କାମତଙ୍କ ଅକାଳ ବିୟୋଗରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ମୃଣମୂଳସ୍ତରରେ ତାଙ୍କର ଦୃଢ଼ ସଂଗଠନ ଥିଲା ବୋଲି ନୀତିଶ କହିଛନ୍ତି । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।

Leave A Reply

Your email address will not be published.