Latest Odisha News

BREAKING NEWS

ଜିଡିପିକୁ ନେଇ ମୋଦି ସରକାରକୁ ଟାର୍ଗେଟ କଲେ ରାହୁଲ; କହିଲେ ପାକିସ୍ତାନ ଓ ଆଫଗାନିସ୍ତାନ ବି..

ନୂଆଦିଲ୍ଲୀ: ଭାରତର ଅର୍ଥବ୍ୟବସ୍ଥା ଓ ଜିଡିପି ଗ୍ରୋଥରେ ହ୍ରାସକୁ ନେଇ ଇଣ୍ଟରନ୍ୟାସନାଲ୍ ମନିଟାରୀ ଫଣ୍ଡ (ଆଇଏମଏଫ୍‌)ର ରିପୋର୍ଟ ଚିନ୍ତା ବଢାଇଛି । ଯାହାପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ମୋଦି ସରକାରକୁ ଟାର୍ଗେଟ୍ କରିଛନ୍ତି ।

ସେ ଶୁକ୍ରବାର ଦିନ ଏକ ଟ୍ୱିଟ୍ କରି କହିଛନ୍ତି ଯେ ବିଜେପି ସରକାରର ଆଉ ଏକ ବଡ ଉପଲବ୍ଧି । ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟ ଆମ ଠାରୁ ଖୁବ୍ ଭଲଭାବେ କୋଭିଡର ମୁକାବିଲା କରିଛନ୍ତି ।

 

ଏଥିସହିତ ରାହୁଲ ଆଇଏମଏଫର ଏକ ଚାର୍ଟକୁ ଶେୟାର କରିଛନ୍ତି । ଯେଉଁଥିରୁ ଭାରତର ଜିଡିପି ୧୦:୩୦ ପ୍ରତିଶତ ହ୍ରାସ ପାଇଥିବା ଅନୁମାନ କରାଯାଉଛି ।

ଏହି ଚାର୍ଟରେ ଆହୁରି ମଧ୍ୟ ଦେଖାଯାଇଛି ଯେ ଆଗାମୀ ବିତ୍ତ ବର୍ଷରେ ପାକିସ୍ତାନର ଜିଡିପି .୪୦ ଓ ଆଫଗାନିସ୍ତାନର ଜିଡିପି ୫ ପ୍ରତିଶତ ଖସୁଥିବା ଦେଖିବାକୁ ମିଳିବ ।

ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ଇଣ୍ଟରନ୍ୟାସନାଲ୍ ମନିଟାରୀ ଫଣ୍ଡ (ଆଇଏମଏଫ୍‌)- ୱାଲ୍ଡ ଇକୋନୋମିକ ଆଉଟଲୁକ (ଡବ୍ଲ୍ୟୁଇଓ) ଦ୍ୱାରା ଏକ ରିପୋର୍ଟ ଜାରି କରାଯାଇଥିଲା । ଯେଉଁଥିରେ ଭାରତ ଦକ୍ଷିଣ ଏସିଆର ତୃତୀୟ ଗରିବ ଦେଶ ହେବା ଆଡକୁ ଗତି କରୁଛି ।

Leave A Reply

Your email address will not be published.