Latest Odisha News

BREAKING NEWS

ଓକିଲ ଧର୍ମଘଟକୁ ସୁପ୍ରିମକୋର୍ଟ ଛାଟ: ଆଜି ବାର ଆସୋସିଏସନ ଆକ୍ସନ କମିଟି ବୈଠକ

ନୂଆଦିଲ୍ଲୀ/କଟକ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନାମା ଉପରେ ଆଲୋଚନା କରିବା ପାଇଁ ଓଡିଶା ହାଇକୋର୍ଟ ବାର ଆସୋସିଏସନ ଆକ୍ସନ କମିଟିର ଏକ ବୈଠକ ବୁଧବାର ଦିନ ଅନୁଷ୍ଠିତ ହେବ ।

ଏପରିକି ଓଡିଶା ହାଇକୋର୍ଟ ବାର ଆସୋସିଏସନ ଦ୍ୱାରା ଜାରି ରହିଥିବା ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ଆଗାମୀ ଶୁଣାଣି ଗୁରୁବାର ଦିନ କରାଯିବ ବୋଲି ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି ।

ଅଧିକ ପଢନ୍ତୁ:- ନଭେମ୍ବର ୧ ପର୍ଯ୍ୟନ୍ତ ଜାରି ରହିବ ‘ଓଡିଶା ହାଇକୋର୍ଟ ବାର୍ ଆସୋସିଏସନ୍’ ଆନ୍ଦୋଳନ

ଅପରପକ୍ଷରେ ଓକିଲ ଆନ୍ଦୋଳନ ଫଳରେ ବିଚାର ବ୍ୟବସ୍ଥା ଏକପ୍ରକାର ଅଚଳ ହେଉଥିବା ଏବଂ ନ୍ୟାୟର ମନ୍ଦିରକୁ ଖୋଲା ରଖିବା ପାଇଁ ହାଇକୋର୍ଟ କେଉଁଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି, ତାହା ସୁପି୍ରମକୋର୍ଟ ଜାଣିବାକୁ ଚାହିଁଥିଲେ । ଏପରିକି ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ଯଦି ସ୍ଥାନୀୟ ପୋଲିସ ସକ୍ଷମ ହେଉନାହିଁ, ତାହେଲେ ଅର୍ଦ୍ଧସାମରିକ ବାହିନୀର ସହାୟତା ନିଆଯାଇପାରିବ ବୋଲି ଉଦବେଗ୍ ପ୍ରକାଶ କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।

ଜଷ୍ଟିସ୍ ସଞ୍ଜୟ କିଶାନ୍ କଉଲ୍ ଓ ଜଷ୍ଟିସ୍ କେ ଏମ୍ ଯୋଶେଏଫଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ପ୍ରସଙ୍ଗରେ ୨ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ଲାଗି ମଙ୍ଗଳବାର ଦିନ ନିଦେ୍ର୍ଧଶ ଦେଇଥିଲେ ।

ମହାନଦୀ କୋଲଫିଲ୍ଡସ୍ ଲି. (ଏମସିଏଲ୍) ଦ୍ୱାରା ଏକ ମାମଲାର ଶୁଣାଣି କରିବା ଅବସରରେ ସୁପି୍ରମକୋର୍ଟ ଏହି ନିଦେ୍ର୍ଧଶ ଦେଇଛନ୍ତି । ଆହୁରି ମଧ୍ୟ ଓକିଲ ଆନେ୍ଦାଳନ ଫଳରେ ଓଡିଶା ହାଇକୋର୍ଟରେ ମାମଲାର ଶୁଣାଣି କରାଯିବା ସମ୍ଭବପର ନଥିବା ଦର୍ଶାଇ ଏହାକୁ ସୁପି୍ରମକୋର୍ଟକୁ ସ୍ଥାନାନ୍ତରିତ କରିବା ଲାଗି ଏମସିଏଲର ଓକିଲ ଅପିଲ୍ କରିଥିଲେ ।

Comments are closed.