Latest Odisha News

BREAKING NEWS

ହୋମଗାର୍ଡଙ୍କୁ ମାସିକ ୯ ହଜାର ଟଙ୍କା ଦେଇ ରାଜ୍ୟ ସରକାର ଶୋଷଣ କରୁଛନ୍ତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଓଡ଼ିଶା ସରକାର କରୁଛନ୍ତି ଶୋଷଣ । ହୋମଗାର୍ଡ ମାନଙ୍କୁ ମାସିକ ୯ ହଜାର ଟଙ୍କା ଲେଖାଏଁ ବେତନ ଦେଇ ଶୋଷଣ କରିବା ଛଡା ଆଉ କିଛି କରୁ ନାହାନ୍ତି। ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଉପରେ ଏପରି ଟିପ୍ପଣୀ କରିଛନ୍ତି । ଗତ ୧୫ ବର୍ଷରୁ ଅଧିକ ସମୟ ଧରି ରାଜ୍ୟ ଗୃହ ବିଭାଗ ଅଧୀନରେ କାମ କରୁଥିବା ହୋମଗାର୍ଡମାନଙ୍କ ପାରିଶ୍ରମିକ ବାବଦରେ ଓଡ଼ିଶା ସରକାର ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟ ନିକଟରେ ନିର୍ଦ୍ଦେଶ ଦେଇଥିଲେ।

ବିଚାରପତି ଏମ.ଆର ଶାହ ଏବଂ ବି. ଭି. ନାଗାରତ୍ନଙ୍କୁ ନେଇ ଗଠିତ ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାରେ ଗୃହ ରକ୍ଷୀମାନଙ୍କୁ ମାତ୍ର ୯ ହଜାର ଟଙ୍କା ଦରମା ଦିଆଯାଉଛି । ମାସକୁ ୯୦୦୦ ଟଙ୍କା ଅର୍ଥାତ ଦିନକୁ ୩୦୦ ଟଙ୍କା ଏବଂ ବର୍ତ୍ତମାନ ୧୫ ବର୍ଷରୁ ଅଧିକ ସମୟ ଧରି କାମ କରୁଛନ୍ତି । ରାଜ୍ୟରେ ପୋଲିସ କର୍ମଚାରୀଙ୍କୁ ପ୍ରାୟ ୨୧ ହଜାର ୭ ଶହ ଟଙ୍କା ସହ ଡିଏ ଦିଆଯାଉଛି । ଯେଉଁମାନେ କି ହୋମଗାର୍ଡଙ୍କ ଭଳି କାମ କରୁଛନ୍ତି । ତେଣୁ ଏତେ କମ୍ ଟଙ୍କା ଦରମା ଆକାରରେ ଦେବା ଶୋଷଣ ଛଡା ଆଉ କିଛି ନୁହେଁ। ଜଣେ ହୋମଗାର୍ଡ ମାସକୁ ୯ ହଜାର ଟଙ୍କା ପାଇଲେ ସେ କିପରି ବଞ୍ଚିବେ ଏବଂ ପରିବାର ଚଳାଇବେ ବୋଲି  ଖଣ୍ଡପୀଠ ପଚାରିଛନ୍ତି ।

ଓଡ଼ିଶା ହାଇକୋର୍ଟର ଡିଭିଜନ ବେଞ୍ଚଙ୍କ ଆଦେଶ ବିରୋଧରେ ଦାଖଲ ହୋଇଥିବା ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ମତ ରଖିଛନ୍ତି।

ଏହା ପୂର୍ବରୁ ହାଇକୋର୍ଟ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ଗୃହରକ୍ଷୀମାନଙ୍କୁ ଜାନୁଆରୀ ମାସରୁ ଦୈନିକ ୫୩୩ ଟଙ୍କା ଦରମା ପ୍ରଦାନ କରିବାକୁ। ନଭେମ୍ବର ୨୦୧୬ ବଦଳରେ ଜାନୁଆରୀ ୨୦୨୦ରୁ ଲାଗୁ ହେଉ ବୋଲି କହିଥିଲେ। ତେବେ ସୁପ୍ରିମକୋର୍ଟ ଗ୍ରୀଷ୍ମ ଅବକାଶ ପରେ ଏହି ପ୍ରସଙ୍ଗରେ ଶୁଣାଣି କରିବେ ବୋଲି ଜଣାପଡିଛି।

Leave A Reply

Your email address will not be published.