Latest Odisha News

BREAKING NEWS

୧୦ ତାରିଖରେ ରାଫେଲ ଡ଼ିଲ୍ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଭାରତ ଓ ଫ୍ରାନ୍ସ ମଧ୍ୟରେ ରାଫେଲ ଯୁଦ୍ଧ ବିମାନ କ୍ରୟକୁ ନେଇ ବୁଝାମଣା ସମ୍ପର୍କିତ ନୂତନ ଆବେଦନ ଉପରେ ଆସନ୍ତା ୧୦ ତାରିଖରେ ଶୁଣାଣି କରିବା ନେଇ ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି ।

ରାଫେଲ ବିମାନ କ୍ରୟକୁ ନେଇ ରାଜନୈତିକ ଝଡ ଲାଗିରହିଥିବାରୁ ଏନେଇ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ବିନିତ ଧାଣ୍ଡାଙ୍କ ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା । କୋର୍ଟ ଏହି ଆବେଦନକୁ ଗ୍ରହଣ କରି ଏହାର ଶୁଣାଣି କରିବେ ବୋଲି ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷରେ ଏହି ଆବେଦନରେ ଦର୍ଶାଯାଇଥିଲା ଯେ ପୂର୍ବ ସରକାରରେ ଏହା କେତେ ମୂଲ୍ୟରେ କିଣା ହେବା ନେଇ ପ୍ରସ୍ତାବ ଥିଲା ଏବଂ ଏବେକାର ସରକାର ଏହାକୁ କେତେ ମୂଲ୍ୟରେ କିଣିଛନ୍ତି, ସେନେଇ ଏକ ତୁଳନାତ୍ମକ ବିବରଣୀ ପ୍ରଦାନ କରିବା ପାଇଁ ସେ ଆବେଦନରେ ଦର୍ଶାଇଥିଲେ ।

ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ, ବିଚାରପତି ଏସ.କେ କୌଲ ଏବଂ କେ. ଏମ ଜୋସେଫଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ଜନସ୍ୱାର୍ଥ ମାମଲାର ଶୁଣାଣି କରୁଛନ୍ତି ।

Leave A Reply

Your email address will not be published.