Latest Odisha News

BREAKING NEWS

ଶ୍ରୀମନ୍ଦିର ଭିତରେ ସେଲ୍ଫି ନେଇଥିବା ପୋଲିସ ଅଫିସର ସସପେଣ୍ଡ ହେଲେ

ପୁରୀ: ପୁରୀ ଶ୍ରୀମନ୍ଦିର ବାଇସି ପାହାଚରେ ସେଲ୍ଫି ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଥିବା ପୁରୀ ସି-ବିଚ୍ ପୋଲିସ ଇନିସପେକ୍ଟର ଦିଲିପ ପଣ୍ଡା ସସପେଣ୍ଡ ହୋଇଛନ୍ତି ।

ପୁରୀ ଶ୍ରୀମନ୍ଦିର ମଧ୍ୟରେ ମୋବାଇଲ ଫୋନ ନେବା କଟକଣା ଏବଂ ଫଟୋ ଉଠାଇବା ବାରଣ ଥିବା ସତ୍ତେ୍ୱ ଏହି ନିୟମକୁ ଭଙ୍ଗ କରିବା ଅଭିଯୋଗରେ ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ ତାଙ୍କୁ ଚାକିରୀରୁ ନିଲମ୍ବନ କରିଛନ୍ତି ।

ମିଳିଥିବା ସୂଚନାନୁସାରେ ସବ-ଇନିସପେକ୍ଟର ପଣ୍ଡା ମହାଳୟା ଉପଲକ୍ଷେ ବାଇସି ପାହାଚରେ ତାଙ୍କର ପିତୃପୁରୁଷଙ୍କୁ ପିଣ୍ଡଦାନ କରି ନିଜ ମୋବାଇଲରେ କେତୋଟି ସେଲ୍ଫି ନେଇଥିଲେ । ପରେ ଏହାକୁ ନିଜ ଫେସବୁକ ପ୍ରୋଫାଇଲରେ ଅପଲୋଡ଼ କରିଦେଇଥିଲେ ।

Leave A Reply

Your email address will not be published.