Latest Odisha News

BREAKING NEWS

ବାତ୍ୟା ୟଶ ନେଇ ଶ୍ରୀମନ୍ଦିରର ସ୍ଥିତି ଅନୁଧ୍ୟାନ

ପୁରୀ: ବାତ୍ୟା ୟଶ ନେଇ ଶ୍ରୀମନ୍ଦିରର ସ୍ଥିତି ଅନୁଧ୍ୟାନ । ଏଏସଆଇ ସୁପରିଣ୍ଟେଣ୍ଡେଟ ଅରୁଣ ମଲ୍ଲିକ, କୀର୍ତ୍ତନ ଚକଡା ଓ ଜଗମୋହନ ନିକଟରୁ କଢାଯାଉଛି ସ୍କାଫୋଲ୍ଡିଂ, ପ୍ରାୟ ୮୦ଫୁଟର ଲଗାଯାଇଥିବା ଲୁହାଭାରାକୁ କାଢିବା କାର୍ଯ୍ଯରେ ନିୟୋଜିତ ଅଛନ୍ତି ୩୨ଜଣ ଏଏସଆଇ କର୍ମଚାରୀ । ଆଜି ସୁଦ୍ଧା ସମସ୍ତ ଲୁହାଭାରାକୁ କଢାଯିବ, ଶ୍ରୀମନ୍ଦିର ଓ ସେବାୟତଙ୍କ ସୁରକ୍ଷା ଦୃଷ୍ଟିରୁ ମନ୍ଦିର ପରିସରରୁ ହଟାଯାଉଛି ସ୍କାଫୋଲ୍ଡିଂ ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ପକ୍ଷରୁ ଖୋଲା ଯାଉଛି ସ୍କାଫୋଲ୍ଡିଂ । ଗତବର୍ଷ ଫନି ସମୟରେ ଏହି ଲୁହାଭାରା ଭୁଷୁଡି ପଡିବା ଯୋଗୁଁ ମୁଖ୍ୟ ମନ୍ଦିରର ବ୍ଯାପକ କ୍ଷୟକ୍ଷତି ହୋଇଥିଲା। ଏଥିରେ ଦକ୍ଷିଣିଘର ନିକଟ ବଡଦେଉଳ ଉପରେ ଥିବା ସିଂହମୂର୍ତ୍ତି ବିଘ୍ନ ଘଟିଥିଲା। ସିଂହଦ୍ଵାର ନିକଟରେ ଥିବା ଜୟବିଜୟ ମୂର୍ତ୍ତି ମଧ୍ୟ ତଳକୁ ଖସିପଡି ଭାଙ୍ଗି ଯାଇଥିଲା। ତାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତା ମୁଳକ ପଦକ୍ଷେପ ନିଆଯାଇଛି।

ଏପଟେ ଆଜି ରଥଖଳାରେ ରୂପକାର ସେବାୟତ ମାନେ ତିନିରଥର କୋଣ ଗୁଜ ଅନୁକୂଳ କରିଛନ୍ତି। ସେପଟେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଜନ୍ତାଗାଡ ଖୋଳିବା କାର୍ଯ୍ୟ କରୁଛନ୍ତି ଭୋଇ ସେବାୟତ ମାନେ। ଗତକାଲି ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଆଜି ରୂପକାର ମାନେ କୋଣ ଗୁଜ ଅନୁକୂଳ ସାରିବା ପରେ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି।

Leave A Reply

Your email address will not be published.