Latest Odisha News

BREAKING NEWS

ମାଡୁଛି ସାଇବର ଠକଙ୍କ ଚେର, ରାଷ୍ଟ୍ରପତିଙ୍କୁ ବି ଛାଡିଲେନି…

ନୂଆଦିଲ୍ଲୀ: ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ସାଇବର ଠକେଇ । ନୂଆ ନୂଆ ଯୋଜନା ଏବଂ ପ୍ରଣାଳୀ ଆପଣାଇ ଲୋକଙ୍କୁ ଭୂଆ ବୁଲାଉଛି । ବର୍ତ୍ତମାନ ଟେକନୋଲୋଜି ଯେତିକି ବଢିଛି ସାଇବର ଠକେଇର ଚୋର ମଧ୍ୟ ସେତିକି ଲମ୍ବିଛି । ଯାହା ଏବେ କା ସମସ୍ୟା ମଧ୍ୟରୁ ଏକ ବଡ ସମସ୍ୟା ଭାବେ ମୁଣ୍ଡ ଟେକିଛି ।

ଏହାରି ଭିତରେ ଏବେ ସାଇବର ଠକେଇଙ୍କ ନୂଆ ମୋହରା ସାଜିଛନ୍ତି ଭାରତର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ସୋସିଆଲ ମିଡିଆକୁ ବ୍ୟବହାର କରି ଲୋକଙ୍କୁ ଭୂଆଁ ବୁଲଉଛନ୍ତି ସାଇବର ଠକ । ରାଷ୍ଟ୍ରପତିଙ୍କ ନାଁରେ ଏକ ଫେକ୍ ଫେସବୁକ୍ ଆକାଉଣ୍ଟ ଖୋଲି ଲୋକଙ୍କୁ ଭଣ୍ଡାଉଛନ୍ତି ।

ତେବେ ଝାରଖଣ୍ଡର ଜଣେ ଫେସବୁକ୍ ୟୁଜର୍ସ ମଣ୍ଟୁ ସୋନିଙ୍କ ପାଖକୁ ଏକ ଫ୍ରେଣ୍ଡ ରିକ୍ବେଷ୍ଟ ଆସିଥିଲା । କିନ୍ତୁ ସବୁଠୁ ବଡ କଥା ହେଉଛି, ଏହି ରିକ୍ବେଷ୍ଟଟି ମହାମହିମ ରାଷ୍ଟ୍ରପତିଙ୍କ ପାଖରୁ ଆସିଛି । ଯେଉଁଥିରେ ରାଷ୍ଟ୍ରପତିଙ୍କ ଫଟୋ ଏବଂ ତାଙ୍କର ଅନାନ୍ୟ ତଥ୍ୟ ରହିଛି । ଖାଲି ସେତିକି ନୁହେଁ, ରାଷ୍ଟ୍ରପତି ମଣ୍ଟୁଙ୍କୁ ମେସେଜ୍ ବି କରିଛନ୍ତି । ଯେଉଁଥିରେ ଲେଖାଅଛି, ଜୟ ହିନ୍ଦ୍, ତୁମେ କିପରି ଅଛ?

ତେବେ ମଣ୍ଟୁ ଏହାକୁ ସତ ବୋଲି ଭାବି ଚାଟ୍ କରିବାକୁ ଆରମ୍ଭ କଲେ । ପରେ ଏହା ପଛରେ ଥିବା ଠକଟି ଲେଖିଥିଲା, ମୁଁ ଫେସବୁକ ବହୁତ କମ୍ ବ୍ୟବହାର କରେ, ନିଜର ହ୍ବାଟ୍ସଆପ୍ ନମ୍ବର ମୋତେ ପଠାଅ । ମଣ୍ଟୁ ମଧ୍ୟ ସଙ୍ଗେ ସଙ୍ଗେ ନମ୍ବର ପ୍ରଦାନ କରିଥିଲା । ଆଉ ଏହାର କିଛି ଘଣ୍ଟା ପରେ ମଣ୍ଟୁଙ୍କ ଫେସବୁକ୍ ମେସେଞ୍ଜରରେ ଏକ ମେସେଜ୍ ଆସିଲା, ଯେଉଁଥିରେ ଲେଖାଥିଲା, ଆମେ ତୁମର ନମ୍ବର ସେଭ୍ କରିଛୁ ଏବଂ ତୁମକୁ ଆମର ହ୍ବାଟସପ୍ କୋଡ୍ ପଠାଉଛୁ, ଦୟାକରି ଆମକୁ ଶୀଘ୍ର ସେହି କୋଡ୍ ପଠାଅ । ଯାହାକି ୬ ଅଙ୍କ ବିଶିଷ୍ଟ । ଏହା ପରେ ମଣ୍ଟୁଙ୍କୁ ଜଣାପଡିଯାଇଥିଲା ଯେ କିଛି ତ ଗଡବଡ ରହିଛି ।

ମଣ୍ଟୁ ସଙ୍ଗେ ସଙ୍ଗେ ଏହାକୁ ଏକ୍ସରେ ଉକ୍ତ ଫେକ୍ ଆକାଉଣ୍ଟର ସମସ୍ତ ତଥ୍ୟ ସେୟାର କରିଥିଲେ । ଏଥିରେ ଝାରଖଣ୍ଡ ପୋଲିସ୍ ଏବଂ ରାଷ୍ଟ୍ରପତି ଭବନଙ୍କୁ ମଧ୍ୟ ଟ୍ୟାଗ୍ କରିଥିଲେ । ଯେଉଁଥିରେ ଗୁରୁତ୍ର ସହ ନେଇ ରାଞ୍ଜି ପୋଲିସ୍ ମଣ୍ଟୁଙ୍କୁ ସମସ୍ତ ତଥ୍ୟ ମାଗି ଏହା ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ।

Leave A Reply

Your email address will not be published.