Latest Odisha News

BREAKING NEWS

ଘର ଘର ବୁଲୁଛନ୍ତି ଚୋର, ସିସିଟିଭି ଥାଇ ବି ପୋଲିସକୁ ଖୋଲା ଚ୍ୟାଲେଞ୍ଜ

କାମାକ୍ଷାନଗର: ଗାଁରେ ଚୋରି ଆତଙ୍କ । ରାତି ହେଲେ ଗାଁରେ ବୁଲୁଛନ୍ତି ଲୁଟେରା ଗ୍ୟାଙ୍ଗ । କିଛି ଦିନ ହେବ ଗାଁରେ ଏନେଇ ଆତଙ୍କ ଦେଖାଦେଇଛି । ଏମିତି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ।

ଗାଁରେ ଘର ଘର ବୁଲୁଛନ୍ତି ,ଟାର୍ଗେଟ କରୁଛନ୍ତି ଏବଂ ଲୁଟି ନେଉଛନ୍ତି ଧନ ସମ୍ପତ୍ତି । ଘରେ କେହି ନଥିବା ବେଳେ ତାହା ପାଲଟୁଛି ଲୁଟେରାଙ୍କ ପାଇଁ  ସୁବର୍ଣ୍ଣ ସମୟ । ନା ଅଛି ପୋଲିସର ଭୟ ନା ଅଛି ଗ୍ରାମବାସୀଙ୍କ ଭୟ । ଏଭଳିକି ସିସିଟିଭି କ୍ୟାମେରାକୁ ବି ଖାତିର କରୁନାହାଁନ୍ତି ଲୁଟେରା ଦଳ। ଅର୍ଥାତ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଚୋର ।

ଗତ କାଲି ରାତି ପ୍ରାୟ ୧ଟା ବେଳେ ୪ ଜଣ ଚୋର କାମାକ୍ଷାନଗର ବସଷ୍ଟାଣ୍ଡ ପଛ ପାଖ କଲୋନୀରେ ରହୁଥିବା ଜିତେନ୍ଦ୍ରୀୟ ନାୟକଙ୍କ ଘରୁ ଲୁଟ କରିଛନ୍ତି । ଲକ୍ଷାଧିକ ଟଙ୍କାର ସୁନା ଗହଣା ସହିତ ନଗଦ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଜିତେନ୍ଦ୍ରୀୟ ନିଜ ପରିବାର ସହିତ ବାଲେଶ୍ଵର ସ୍ଥିତ ନିଜ ଭଣଜା ବାହାଘରକୁ ଯାଇଥିବା ବେଳେ ଘରୁ ଲୁଟି ନେଇଛନ୍ତି ଦୁର୍ବୁତ୍ତ । ଯାହା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଯାହାକୁ ଆଧାର କରି ପୋଲିସ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ତେବେ ଚୋରଙ୍କ ଦୌରାତ୍ମ୍ୟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Leave A Reply

Your email address will not be published.