Latest Odisha News

BREAKING NEWS

SCB ଅଗ୍ନିକାଣ୍ଡ: ମୃତକଙ୍କ ମିଳିଲା ପରିଚୟ, ICU ଭିତରେ ଫସିଥିଲେ ରୋଗୀ

କଟକ: SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଅଗ୍ନିକାଣ୍ଡରେ ୧୦ ମୃତକଙ୍କ ମିଳିଲା ପରିଚୟ ମିଳିଛି। ୧୦ ମୃତକ ଜଣଙ୍କ ମଧ୍ୟରେ ରମେଶ ପରିଡ଼ା, ଦାଶରୁ ମୁଣ୍ଡା, ଏମ.ଡି ନ୍ୟୁମ, ଗୌରାଙ୍ଗ ବାରିକ, ଏସ କେ ଅବଦୁଲ ସତାର, ମଧୁସୂଦନ ଦଳାଇ, କୃଷ୍ଣଚନ୍ଦ୍ର ବିଶ୍ୱାଳ, ରବୀନ୍ଦ୍ର ଦାସ, ଚେରୁ ପରିଡ଼ା, ମେନକା ରାଉତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଏହି ଘଟଣା ସମ୍ପର୍କରେ ସ୍ୱାସ୍ଥ୍ୟ ସଚିବ ସବୁ ତଥ୍ୟ ଜଣାଇବେ ବୋଲି କହିଛନ୍ତି।

ବିଳମ୍ବିତ ରାତିରେ ଟ୍ରମା କେୟାର ICUରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ସମୟରେ ଟ୍ରମା କେୟାର ଆଇସିୟୁରେ ୨୩ ରୋଗୀ ଥିଲେ ବୋଲି ଜଣାପଡ଼ିଛି। ଅଗ୍ନିକାଣ୍ଡ ପରେ ICUରେ ସାଂଘାତିକ ସ୍ଥିତି ଉପୁଜିଛି। ଗୁରୁତର ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। କେମିତି ନିଆଁ ଲାଗିଲା ଏବେ ବି କାରଣ ଅସ୍ପଷ୍ଟ ରହିଛି। ଅଗ୍ନିକାଣ୍ଡ ପରେ ICUରେ ପରିସ୍ଥିତି ସାଂଘାତିକ ହୋଇପଡ଼ିଥିଲା। ରୋଗୀଙ୍କ ଜୀବନ ବଞ୍ଚାଇବାକୁ ଲୋକେ ଏଣେ ତେଣେ ଦୌଡିଥିଲେ।

ଆଇସିୟୁରେ ଭିତରେ ଫସି ଯାଇଥିଲେ ରୋଗୀ। ସ୍ଥାନାନ୍ତର ସମୟରେ ୭ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନାନ୍ତର ପରେ ଅନ୍ୟ ୩ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ICU ଭିତରୁ ଗୁରୁତର ଅବସ୍ଥାରେ ରୋଗୀଙ୍କୁ ଉଦ୍ଧାର କରାଯାଇଥିଲା। ୨୩ ଜଣ ରୋଗୀଙ୍କୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର ବେଳେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଅଗ୍ନିକାଣ୍ଡର ଖବର ପାଇ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମବାହିନୀ।

SCB ଅଗ୍ନିକାଣ୍ଡ ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅଗ୍ନିକାଣ୍ଡ ସ୍ଥଳ ବୁଲି ଦେଖିବା ସହ ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଥିଲେ। ମେଡିକାଲ ବୁଲି ଦେଖିବା ପରେ ସହାୟତା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ମୃତକଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାସହ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଦ୍ୟୁତ ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି।

Leave A Reply

Your email address will not be published.