Latest Odisha News

ଏସସିବି ଅଗ୍ନିକାଣ୍ଡ ଘଟଣା; ବିଚାର ବିଭାଗୀୟ ତଦନ୍ତ ଆରମ୍ଭ

କଟକ: କଟକ ଏସସିବି ଟ୍ରମା ଆଇସିୟୁ ଅଗ୍ନିକାଣ୍ଡ ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ। ଜଣେ ପୂର୍ବତନ ବିଚାରପତିଙ୍କ ଦ୍ବାରା ଆଜିଠୁ ତଦନ୍ତ ଆରମ୍ଭ। ଗତ ମାର୍ଚ୍ଚ ମାସ ୧୬ ତାରିଖରେ ଏସସିବି ମେଡିକାଲ ଟ୍ରମା ଆଇସିୟୁରେ ଅଗ୍ନିକାଣ୍ଡ ଘଟି ୧୨ ଜଣ ରୋଗୀଙ୍କ ଜୀବନ ଯାଇଥିଲା।

ତଦନ୍ତ କମିଶନ ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଛି। ଏନେଇ ସେ କହିଛନ୍ତି ଯେ, ଆମେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କଲୁ। ସେମାନଙ୍କଠାରୁ ଘଟଣା ସମ୍ପର୍କରେ ରିପୋର୍ଟ ମଗାଯାଇଛି। ତଦନ୍ତରେ ଯେଉଁ ବ୍ୟକ୍ତିଙ୍କର ଆବଶ୍ୟକତା ଅନୁଭବ ହେବ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ। ଅଗ୍ନିକାଣ୍ଡ ଘଟଣା ସମ୍ପର୍କରେ ସାଧାରଣ ଜନତାଙ୍କଠାରୁ ସତ୍ୟପାଠ ଆହ୍ୱାନ କରାଯିବ। ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବାର ୧୫ ଦିନ ଭିତରେ ସତ୍ୟପାଠ ଦାଖଲ କରି ପାରିବେ ସାଧାରଣ ଜନତା। ତଦନ୍ତ ବେଳେ କୌଣସି ଦିଗକୁ ବାଦ୍ ଦିଆଯିବ ନାହିଁ।

 

Leave A Reply

Your email address will not be published.